ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ସଂପ୍ରତି ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗଛର ରହିଛି। ତେଣୁ ବୃକ୍ଷ ହିଁ ଜୀବନକୁ ନେଇ ଏକ ସଚେତନତା ସଭା କରାଯାଇଥିଲା। ଚଳିତ ବର୍ଷ କଲେଜ ପରିସରର ପାଠାଗାର ସମ୍ମୁଖ, ପୁରାତନ କୋଠରି ମହୋଦଧି ଛାତ୍ରାବାସ, ନୂତନ ନିର୍ମାଣ କୋଠରି ଓ ପାଚେରୀ ନିକଟରେ ଶିଶୁ, ଅଁଳା, ଡାଳିମ୍ବ, ମେହେଗାନି, କୃଷ୍ଣଚୂଡ଼ା, ରାଧାଚୂଡା, ଦେବଦାରୁ, ବଉଳ ଆଦି ଚାରା ରୋପଣ କରାଯାଇଛି।
ବରଗଡ଼ ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ଚକୁଳି ଫାର୍ମ ଠାରୁ ଚାରା ସଂଗ୍ରହ କରାଯାଇଥିଲା। କଲେଜର ଜାତୀୟ ସେବା ଯୋଜନାର ଅଧିକାରୀ ଡଃ ଅଜିତ କୁମାର ନାଥ, ଶ୍ରୀ ଗଣେଶ ସିଂ, ଯୁବ ରେଡକ୍ରସ ଅଧିକାରୀ ସୁନୀଳ ପ୍ରଧାନ, ବୀଣା ମେହେର, ଏନ.ସି.ସି ଅଫିସର ପାଟ ମଞ୍ଜରୀ ସାହୁଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନ.ସି.ସି, ଆର୍ମି ଓ ନାଭାଲ, ଏନ. ଏସ.ଏସ, ଯୁବ ରେଡକ୍ରସ, ଛାତ୍ରାବାସର ଅନ୍ତେବାସୀ ମାନେ ଭାଗ ନେଇଥିଲେ।



