www.samajalive.in
Saturday, December 6, 2025
14.1 C
Bhubaneswar

ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା, ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ବର: ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ଦିଆଯାଇଥିବା ନିର୍ଦେଶର ଅନୁପାଳନ ସତ୍ୟପାଠ ଅଦାଲତରେ ଦାଖଲ କରିବାକୁ ପଡ଼ିବ। ପରବର୍ତ୍ତୀ ଶୁଣାଣିର ନିର୍ଦ୍ଧାରିତ ତାରିଖର ୭୨ ଘଣ୍ଟା ପୂର୍ବରୁ ଏହା ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ରାଜ୍ୟର ମୁଖ୍ୟ ସଚିବ ନିର୍ଦେଶ ପାଳନ କରି କୋର୍ଟରେ ସତ୍ୟପାଠ ଦାଖଲ କରିବାରେ ବିଫଳ ହେବେ, ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ସଚିବ/ପ୍ରମୁଖ ସଚିବ/ଶିକ୍ଷା ସଚିବ ପରବର୍ତ୍ତୀ ଶୁଣାଣି ତାରିଖ ଅର୍ଥାତ୍ ଅଗଷ୍ଟ ୨୯ରେ ଉପସ୍ଥିତ ରହିବେ। ଏହି ଆବେଦନଗୁଡ଼ିକୁ ପୁନଃ ତାଲିକାଭୁକ୍ତ କରାଯିବ ଏବଂ କାହିଁକି ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ନାହିଁ ତାହାର ବ୍ୟାଖ୍ୟା କରିବେ।

ସୂଚନାଯୋଗ୍ୟ ଯେ, ସର୍ବୋଚ୍ଚ ନ୍ୟାୟାଳୟ ଗତ ମାର୍ଚ୍ଚ ୭ ତାରିଖରେ ଉପରୋକ୍ତ ମାମଲାର ଶୁଣାଣି କରି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୩ ସପ୍ତାହ ଭିତରେ ଅର୍ଥାତ ମାର୍ଚ୍ଚ ୨୮ ସୁଦ୍ଧା ଦୁଇଟି ଖବରକାଗଜ ଓ ଶିକ୍ଷା ବିଭାଗର ୱେବସାଇଟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ଦେବାକୁ ନିର୍ଦେଶ ଦେଇଥିଲେ। ଏହାସହ କାର୍ଯ୍ୟରତ ସ୍ବତନ୍ତ୍ର ଶିକ୍ଷକଙ୍କୁ ସ୍ଥାୟୀ କରିବା ପାଇଁ ତିନିଜଣିଆ ସ୍କ୍ରିନିଂ କମିଟି ଗଠନ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି କମିଟିରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ଶିକ୍ଷା ସଚିବ ଓ ଭାରତୀୟ ପୁନର୍ବାସ ଅଧିକାରୀଙ୍କୁ ସାମିଲ କରିବାକୁ ନିର୍ଦେଶ ଥିଲା। ଉଲ୍ଲେଖନୀୟ ଯେ, ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟ ଜନସ୍ବାର୍ଥ ମାମଲାର ଶୁଣାଣି କରି ୨୦୨୧ ଅକ୍ଟୋବର ୨୮ରେ ନିର୍ଦେଶ ଦେଇଥିଲେ। ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଲେଖାଏଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦେଶ ରହିଥିଲା। ୧.୫ ଲକ୍ଷରୁ ଊର୍ଦ୍ଧ୍ବ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା ପାଇଁ ଓଡ଼ିଶା ଇନକ୍ଲୁସିଭ୍ ଟିଚର୍ ଫେଡେରେସନ (ଓଆଇଟିଏଫ୍) ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories