www.samajalive.in
Saturday, December 6, 2025
19.1 C
Bhubaneswar

ମାଇ ଭାରତ, ସରକାରୀ ଆଇଟିଆଇ ତରଫରୁ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମ 

ଫୁଲବାଣୀ: କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ କେ ବି ହିଷ୍ଟ କଲେଜରେ ବିଶ୍ଵ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଅଧକ୍ଷ ଅନିଲ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ନବ କିଶୋର ରଥ, ଅଧ୍ୟାପିକା ସୁରଭିବlଲା ପାଣିଗ୍ରାହୀ, ପ୍ରତିମା କୁମାରୀ ପଣ୍ଡା, ଅକ୍ଷୟ କୁମାର୍ ଦାସ, କମଳ ନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଦିବସରେ ଯୁବକ ଓ ଯୁବତୀ ମାନଙ୍କର ମଧ୍ୟରେ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ବର୍ଷା ରାଣୀ ପ୍ରଧାନ, ରୋଜି ବାରିକ, ଶ୍ରୀତମ ଦିଗାଲ ପ୍ରମୁଖ ବିଜୟୀ ହୋଇ ଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ବୈଠକରେ ମାଇ ଭାରତ କନ୍ଧମାଳର ସହ କର୍ମୀ ସତ୍ୟବାନ୍ ଦଳବେହେରା ସ୍ଵାଗତ କରିଥିବା ବେଳେ ଅମ୍ବିକା ପ୍ରାସାଦ ପ୍ରହରାଜ  ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେହିଭଳି ସରକାରୀ ଆଇ.ଟି.ଆଇ. ଫୁଲବାଣୀରେ ବିଶ୍ୱ ଯୁବ କୌଶଳ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ.ଏମ.ସି ଚେୟାରମ୍ୟାନ ନୀଳମାଧବ ମିଶ୍ର, ଅଧ୍ୟକ୍ଷ ଇଂ ପ୍ରକାଶ ରଞ୍ଜନ ସୋରେନ ଓ ଜି.ଆଇ. ସତ୍ୟବ୍ରତ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories