www.samajalive.in
Monday, December 8, 2025
27.1 C
Bhubaneswar

ଆତ୍ମହତ୍ୟା ନୁହେଁ, ସଂଗଠିତ ହତ୍ୟା – ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ, ଏହା  ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସୌମ୍ୟାଶ୍ରୀ ସ୍ଵର ଉଠାଇଥିଲା। କିନ୍ତୁ ନ୍ୟାୟ ମିଳିବା ପରିବର୍ତ୍ତେ ତାଙ୍କୁ ଧମକ ଦିଆଯାଇଛି, ଅପମାନିତ ମଧ୍ୟ କରାଯାଇଛି। ନୀରିହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଯାଇଛି। ଆଜି ଦେଶର ଝିଅ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଓଡିଶା ହେଉ କିମ୍ବା ମଣିପୁର ସବୁଠି ଝିଅଙ୍କୁ ଦୁର୍ବ୍ୟବହାର କରାଯାଉଛି, କିନ୍ତୁ ଆପଣ ଚୁପ୍ ବସିଛନ୍ତି। ଦେଶକୁ ଆପଣଙ୍କ ନୀରବତା ନୁହେଁ , ଜବାବ ଦରକାର।

ଆଜି ପଞ୍ଚଭୁତରେ ବିଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି । ବାଲେଶ୍ୱର ଜିଲା ଭୋଗରାଇ ପଳାସିଆ ପୈତୃକ ଗାଁରେ ସୌମ୍ୟାଶ୍ରୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ମୃତ୍ୟୁରେ ପରିବାର, ଆତ୍ମୀୟ ଓ ପୁରା ଗ୍ରାମବାସୀମାନେ ଭାଙ୍ଗି ପଡିଛନ୍ତି। ଗାଁରେ ମୃତଦେହ ପହଞ୍ଚିବା ମାତ୍ରେ ତାଙ୍କୁ ଶେଷ ଦର୍ଶନ କରିବା ଲାଗି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories