ସମ୍ବଲପୁର: ସମ୍ବଲପୁରର କମଳିବଜାର ଠାରେ ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ଠାରେ ଶାନ୍ତୁ କୁଞ୍ଜ ହରିଦ୍ୱାର ନିର୍ଦ୍ଦେଶିତ ମାଧ୍ୟମିକ ଗାୟତ୍ରୀ ଅନୁଷ୍ଠାନର ପୁର୍ଣ୍ଣାହୁତି ହୋଇଯାଇଛି। ପ୍ରତ୍ୟେକ ସାଧକ ମାନେ ୧ ଲକ୍ଷ ୨୫ ହଜାର ଲେଖାଏଁ ଗାୟତ୍ରୀ ମହାମନ୍ତ୍ର ଜପ ଅନୁଷ୍ଠାନ ଗତ ୧୮ ଜୁନରୁ ଗାୟତ୍ରୀ ଜୟନ୍ତୀ ଦିନ ଠାରୁ ଆରମ୍ଭ କରି ସୋମବାର ୧୪ ଜୁଲାଇ ପର୍ଯ୍ୟନ୍ତ ୪୦ ଦିନିଆ ଅନୁଷ୍ଠାନ ସମ୍ପନ୍ନ କରିଥିଲେ। ଏହି ୬ କୁଣ୍ଡୀୟ ଗାୟତ୍ରୀ ଅନୁଷ୍ଠାନକୁ ମ୍ୟାନେଜିଂ ଟ୍ରଷ୍ଟି ଉପେନ୍ଦ୍ର କୁମାର ପାଢ଼ୀ ସଞ୍ଚଳନ କରିଥିଲେ।
ସମଗ୍ର ବିଶ୍ୱର ଅସ୍ଥିର ବାତାବରଣକୁ ସ୍ଥିର ଏବଂ ଜନ ମାନସଙ୍କ ବିଚାର ଓ ପରିବେଶକୁ ଶୁଦ୍ଧ କରିବା ଉଦ୍ଦେଶ୍ୟରେ ଏହି ଧାର୍ମିକ ଅନୁଷ୍ଠାନର ଆୟୋଜନ ହୋଇଥିଲା। କନ୍ୟା ପୁଜନ ଓ ୧୦୮ ଗାୟତ୍ରୀ ମନ୍ତ୍ର ଆହୁତି ସହିତ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଧାର୍ମିକ ଅନୁଷ୍ଠାନରେ ଦୀନ ଦୟାଲ ଅଗ୍ରୱାଲ, ନଳିନୀକାନ୍ତ ନାଥ, ଦିଲୀପ ସାନବଡ, ସତ୍ୟ ନାରାୟଣ ପଟେଲ, ବାନାମ୍ବର ସର, ଅରୁଣ ପୂଜାରୀ, ହେମନ୍ତ କୁମାର ସାରଡା, ତୁଷାର ପଟ୍ଟନାୟକ, ଦିବ୍ୟ ମେଣ୍ଡଲି, ପ୍ରେମକାନ୍ତ ଝା, ଗୋବିନ୍ଦ ହୋତା, ପ୍ରକାଶ ସେଠ, କାର୍ତ୍ତିକେଶ୍ୱର ବଡପଣ୍ଡା, ଶିବ ନାରାୟଣ ପାଣିଗ୍ରାହୀ, ମୃତ୍ୟୁଞ୍ଜୟ ବଡପଣ୍ଡା, ପଦ୍ମିନୀ ପାଢ଼ୀ, ଡା. ରେଣୁକା ସାହୁ, ନଳିନୀ ପୂଜାରୀ, ସନ୍ଧ୍ୟାରାଣି ଦୀକ୍ଷିତ, ହେମଲତା ଶର୍ମା, ପୁନମ ଝାଙ୍କ ସମେତ ସଦସ୍ୟ ଓ ସଦସ୍ୟା ମାନେ ଯଜ୍ଞ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।



