www.samajalive.in
Saturday, December 6, 2025
26.1 C
Bhubaneswar

ରୋଟାରୀ କ୍ଲବ ସମ୍ବଲପୁର ଗ୍ରେଟରର ୨୭ତମ ସଂସ୍ଥାପନା ଉତ୍ସବ

ସମ୍ବଲପୁର: ରୋଟାରୀ କ୍ଲବ ସମ୍ବଲପୁର ଗ୍ରେଟର ତରଫରୁ ଏହାର ୨୭ତମ ସଂସ୍ଥାପନା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ନୂତନ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନେ ରୋଟାରୀ ବର୍ଷ ୨୦୨୫ – ୨୬ ପାଇଁ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ରୂପେ ରାଜୀବ ଜୈନ, ସଚିବ ରୂପେ ସଞ୍ଜୟ ମିତ୍ତଲ ଏବଂ କୋଷାଧ୍ୟକ୍ଷ ରୂପେ ଲିପିକା ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେମାନଙ୍କ ସହିତ ବୋର୍ଡ ଅଫ ଡାଇରେକ୍ଟର୍ସ ମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟ୍ରିକ ଗଭର୍ଣ୍ଣର ଅମିତ ଜୟସ୍ୱାଲ ମୁଖ୍ୟ ଅତିଥି ଓ ଆସିଷ୍ଟାନ୍ଟ ଗଭର୍ଣ୍ଣର ଶିବ ପ୍ରସାଦ ପାଢ଼ୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଜିଲା ମ୍ୟାନେଜମେଣ୍ଟ ଦଳ ଟିମ ଅମିତ ୨୦୨୫ – ୨୬ ର ପୁର୍ବତନ ଅଧ୍ୟକ୍ଷ ଏମଡି ପରବେଜ ଅଲ୍ଲୀ ଖାନ ଙ୍କ ଉପସ୍ଥିତିରେ କ୍ଲବ ପୁର୍ବତନ ଅଧ୍ୟକ୍ଷ ବିଲାଲ ମଲ୍ଲିକ ଓ ସଚିବ ସୁମିତ ନାୟକ ୨୦୨୪ – ୨୫ ବର୍ଷର ସମସ୍ତ ପ୍ରକଳ୍ପ ଓ ସେବା କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ। ନୂତନ ଅଧ୍ୟକ୍ଷ ରାଜୀବ ଜୈନ ୨୦୨୫ – ୨୬ ବର୍ଷ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଓ ବୁର୍ଲାର ସମସ୍ତ ରୋଟାରୀ କ୍ଲବର ସଦସ୍ୟ ମାନଙ୍କ ସହିତ ପୁର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶମ୍ଭୁ ଜଗତରାମକା, ଅରୁଣ ଟିବ୍ରେୱାଲ, ରଞ୍ଜିତ ସିଂ ହୁରା ପ୍ରମୁଖ ଉପସ୍ଥିତ ରହିଥିଲେ। ସମାରୋହରେ ୨୦୨୪ – ୨୫ ବର୍ଷରେ କ୍ଲବ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଦସ୍ୟ ଓ ସଦସ୍ୟା ମାନଙ୍କୁ ସମ୍ମାନୀତ କରାଯାଇଥିଲା।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories