ସମ୍ବଲପୁର: ଭାରତୀୟ ଡାକ ବିଭାଗ ତରଫରୁ ଗ୍ରାହକ ମାନଙ୍କୁ ଅଧିକ ସୁବିଧା ଓ ଉତ୍କୃଷ୍ଟ ସେବା ପ୍ରଦାନ କରିବା ନିମନ୍ତେ ନୂତନ ଉନ୍ନତ ଟେକନୋଲୋଜି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି। ଏହି କ୍ରମରେ ସମ୍ବଲପୁର ପ୍ରଧାନ ଡାକ ଘର ସମେତ ଅଧିନସ୍ଥ ସମସ୍ତ ଉପ ଡାକ ଓ ଶାଖା ଡାକ ଘର ଗୁଡିକରେ ସ୍ୱତନ୍ତ୍ର ସପ୍ଟୱେର ‘ଆଇଟି ୨.୦’ର ଶୁଭାରମ୍ଭ ମଙ୍ଗଳବାର କରାଯାଇଛି। ଡାକ ନିର୍ଦ୍ଦେଶକ ସୁରେଶ କୁମାର ଠାକରେଙ୍କ ତତ୍ୱାବଧାନରେ ସମ୍ବଲପୁର ଡାକ ଅଧିକ୍ଷକ ବସନ୍ତ କୁମାର ସିଂ ଏହି ନୂତନ ସେବାକୁ ଉଦଘାଟନ କରିଛନ୍ତି।
ଏହି ନୂତନ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକ ମାନେ ଅଧିକ ଦ୍ରୃତ, ସୁରକ୍ଷିତ ଏବଂ ସହଜ ଡାକ ସେବା ପାଇ ପାରିବେ। ଭାରତୀୟ ଡାକ ବିଭାଗ ଏହି ନୂତନ ଯୁବରେ ନିଜକୁ ଆଧୁନିକ କରିବା ସହିତ ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆପଣେଇ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଦିଗରେ କାର୍ଯ୍ୟ କରୁଛି ବୋଲି ସମ୍ବଲପୁର ଡାକ ମଣ୍ଡଳ ତରଫରୁ ସୁଚନା ଦିଆଯାଇଛି। ସୁଚନାଯୋଗ୍ୟ ଯେ, ଏହି ନୂତନ ସପ୍ଟୱେର ପ୍ଲାଟଫର୍ମର କାର୍ଯ୍ୟାନ୍ୱୟନ ପାଇଁ ସୋମବାର ଦିନ ଡାକ ଘର ଗୁଡିକରେ ଡାକ କାରବାର ଗୁଡିକ ସ୍ଥଗିତ ରଖାଯାଇଥିଲା।



