www.samajalive.in
Friday, December 12, 2025
15.1 C
Bhubaneswar

ଦାସିଆ ଅଜାଙ୍କ ଜନ୍ମ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି: ମହାନ ସଂଗ୍ରାହକ ତଥା ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୮ତମ ଜନ୍ମ ଜୟନ୍ତୀ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା। ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ମୁଖ୍ୟ ପୁରୋଧା ଦାସିଆ ଅଜାଙ୍କ ଉପରେ ଆଲୋଚନା କରିଥିଲେ। ବର୍ତ୍ତମାନ ପାଠାଗାର ସମସ୍ତଙ୍କ ପାଇଁ ଜରୁରୀ ବୋଲି ଶ୍ରୀ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ଆଜିର ସମୟରେ ସମସ୍ତେ ମୋବାଇଲ ବ୍ୟବହାର ଅଧିକ କରୁଛନ୍ତି ଯାହା ଫଳରେ ପୁସ୍ତକ ପଠନ ପ୍ରତି ଆଗ୍ରହ କମିବାରେ ଲାଗିଛି। ପାଠାଗାର ହେଉଛି ଜ୍ଞାନର ଭଣ୍ଡାର ଏହାହିଁ ସମାଜକୁ ଉଚିତ ଦିଗଦର୍ଶନ ଦେଇ ପାରିବ ତେଣୁ ପ୍ରତି ଗାଁ ଓ ବିଦ୍ୟାଳୟରେ ପାଠାଗାର ନିର୍ମାଣ ହୋଇପାରିଲେ ଆଜି ଭଳି ଦିନରେ ଦାସିଆ ଅଜାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ସଭାରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ରଥ, ବିନୋଦିନୀ ତାଣ୍ଡୀ, ଟିକେଶ୍ୱରୀ ସେଠ, ରଜନୀ ମେହେର ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories