www.samajalive.in
Saturday, December 6, 2025
19.1 C
Bhubaneswar

ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ବନ ମହୋତ୍ସବ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜ ଯୁବ ରେଡକ୍ରସ ପକ୍ଷରୁ ବନ ମହୋତ୍ସବ ପାଳନ ସହ ବିଭିନ୍ନ ସ୍କୁଲ ପରିସରରେ ଚାରା ରୋପଣ କରାଯାଇଛି। ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ଅଧ୍ୟାପିକା ଡ. ଟ୍ଵିଙ୍କିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷା ସଂଗୀତା ମହାପାତ୍ର ଉଦବୋଧନ ଦେଇ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଦିନକୁ ଦିନ ଜଙ୍ଗଲ ସମ୍ପଦର ବ୍ୟାପକ କ୍ଷୟ ଯୋଗୁଁ ପରିବେଶ ଉପରେ ଏହାର ସୁଦୂରପ୍ରସାରୀ କୁପ୍ରଭାବ ଦ୍ବାରା ତାପମାତ୍ରା ବୃଦ୍ଧି ପାଇବା ଏବଂ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ହେବାରେ ଲାଗିଛି। ଏହାକୁ ପ୍ରତିହତ କରିବା ଲାଗି ଜଙ୍ଗଲ ସମ୍ପଦର ସୁରକ୍ଷା ଓ ବ୍ୟାପକ ସବୁଜ ବଳୟ ସୃଷ୍ଟି କରିବା ଆବଶ୍ୟକ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ମତପୋଷଣ କରିଥିଲେ।

କଲେଜର ରେଡକ୍ରସ ସ୍ୱଚ୍ଛାସେବୀମାନେ ଭିରୁଡା ୟୁପି ସ୍କୁଲ, ରାଜନଗର ୟୁପି ସ୍କୁଲ ଏବଂ ସାନ ମୁଣ୍ଡଳୀ ୟୁପି ସ୍କୁଲ ପରିସରରେ ବିଭିନ୍ନ କିସମର ବହୁ ଚାରା ରୋପଣ କରିଥିଲେ। ସଂପୃକ୍ତ ସ୍କଲଗୁଡିକର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ, ଦେବରାଜ ନାୟକ ଓ ଶ୍ରୀନିବାସ ସେଠୀ ପ୍ରମୁଖ ଏଥିରେ ସହଯୋଗ କରି ସ୍ୱେଚ୍ଛାସେବୀ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories