www.samajalive.in
Saturday, December 6, 2025
19.1 C
Bhubaneswar

ଗଦାସାହି ଉନ୍ନୟନ ପରିଷଦ ପକ୍ଷରୁ ବନ ମହୋତ୍ସବ

ଆଠଗଡ: ଆଠଗଡ ସହରର ଗଦାସାହି ଉନ୍ନୟନ ପରିଷଦ ଆନୁକୂଲ୍ୟରେ ୭୬ତମ ବନ ମହୋତ୍ସବ ପାଳନ ଓ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନବଗ୍ରହ ମଣ୍ଡପଠାରେ  ସାହିର ଅନ୍ୟତମ ମୁରବି ଆଇନୀଜୀବୀ ଶ୍ୟାମାନନ୍ଦ ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ସାହିର ବରିଷ୍ଠ ଉପଦେଷ୍ଟା  ଅଦ୍ୱୈତାନନ୍ଦ ରଥ ମୁଖ୍ୟଅତିଥି, ଆଠଗଡ ରେଞ୍ଜର ରବିନ୍ଦ୍ରନାଥ ନାୟକ ଓ ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ମା ପାଇଁ ଗଛ ଟିଏ’ ବାର୍ତ୍ତାକୁ ସାକାର ଓ ସଫଳ କରିବା ସହିତ ପରିବେଶ ସୁରକ୍ଷା ସମସ୍ତଙ୍କର ପ୍ରାଥମିକ ଦାୟିତ୍ବ ଓ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଉନ୍ନୟନ ପରିଷଦ ସମ୍ପାଦକ ହରପ୍ରସାଦ ସେଠି, ପୂର୍ବତନ କାଉନସିଲର ସୋମନାଥ ଭକ୍ତା, ସୁଧାକର ସାହୁ, ସଞ୍ଜୟ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରେ ଗଦାସାହି ଉନ୍ନୟନ ପରିଷଦ ଚଳିତବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ନଭେମ୍ବର ମାସ ନ ଓ ଦଶ ତାରିଖ ଦୁଇଦିନ ଧରି ପାଳନ କରିବାକୁ ଯାଉଥିବା ବେଳେ ବନ ମହୋତ୍ସବରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଘୋଷଣା କରାଯାଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories