ରାଇକିଆ: ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୬ ଦଫା ଦାବି ନେଇ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆ ଶାଖା ପକ୍ଷରୁ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ଅଞ୍ଚଳର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ, ବଜାର, ଯାନ ବାହନ ଚଳାଚଳ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସକାଳ ୬ ଟାରୁ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ରାଇକିଆ ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।
ବନ୍ଦ କାର୍ଯ୍ୟକ୍ରମକୁ ରାଇକିଆ ବ୍ଲକ ଶାଖା କମିଟିର ପରାମର୍ଶଦାତା ଭାସ୍କର ପ୍ରଧାନ, ମନୋଜ କୁମାର କୁମାର ଦିଗାଳ, ଲକ୍ଷ୍ମଣ ପ୍ରଧାନ ,ସଭାପତି ବାସୁଦେବ ପ୍ରଧାନ, ସମ୍ପାଦକ ଗୋଲ୍ଡେନ ନାୟକ, ପ୍ରସିଦ୍ଧ ନାୟକ ତାରିଣୀ ପରିଛା, ଶେଖର ଦିଗାଲ, ସୁଶିଲ ଦିଗାଲ, ରୋଶନ ନାୟକ, ଅମିୟ ରଞ୍ଜନ ଦିଗାଲ ଓ ଅନ୍ୟ ସଦସ୍ୟ ସକ୍ରିୟ ନେତୃତ୍ୱରେ ଆୟୋଜନ ସହଯୋଗ କରାଯାଇଛି।



