www.samajalive.in
Thursday, December 11, 2025
16.1 C
Bhubaneswar

୯ ଦିନ ପରେ ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗିିର ଜିଲ୍ଲା କଣ୍‌‌୍ଡାବାଞ୍ଜି ସହର ଉପକଣ୍ଠସ୍ଥ ବନ୍ଦ ହୋଇ ପଡ଼ିଥିବା ନିଲାଂଚଳ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ରବିବାର ପୋଲିସ ଉଦ୍ଧାର କରିଛି। ମିଳିତ ସୂଚନା ଅନୁସାରେ କଣ୍ଡାବାଞ୍ଜି ଥାନା ଡୁମେରଚୁଆଁ ଗ୍ରାମର କୁଞ୍ଜ ମାଝି (୧୯) ଯୁବକଟି ଗତ ୨୦ ତାରୀଖ ରାତିରୁ ଖାଉଥିବା ବେଳେ ଏକ ଫୋନ କଲ୍‌‌ ପାଇ ଘରୁ ଚାଲିଯାଇଥିଲା। ଘରୁ ଗଲା ପରେ ଫେରି ନ ଥିଲା। ଖୋଜା ଖୋଜି ପରେ ନ ପାଇବାରୁ ତାର ମାଁ ଚୁକ୍ତି ମାଝି ପୁଅର ନିଖୋଜ ନେଇ ୨୧ତାରୀଖ ଦିନ ଥାନାରେ ଏକ ଲିଖତ ଅଭିଯୋଗ କରିଥିଲା। ନିଖୋଜକୁ ନେଇ ଚୁକ୍ତି ମାଝିଙ୍କ ଅଭିଯୋଗ ଉପରେ ପୋଲିସ କେସ ନଂ. ୩୫/୨୦୫ ନିଖୋଜ ମାମଲା ରୁଜୁ କରିଥିଲା।

ମାଆର ଲିଖିତ ଅଭିଯୋଗ ଉପରେ ପୋଲିସ ଖୋଜାଖୋଜି କରିବାରେ ରବିବାର ଦିନ ସିମେଂଟ ଫ୍ୟାକ୍ଟ୍ରି ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ଗଳିତ ଶବ ଭାସୁଥିବା ଖବର କୁଞ୍ଜ ଅଜା ପାଇ ପୋଲିସକୁ ଜଣାଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିଥିଲା। ବଲାଙ୍ଗିର ସାଇଣ୍ଡିଫିକ୍‌‌ ଟିମ, ଅଗ୍ନିଶମ ବିଭାଗ କଣ୍ଟାବାଞ୍ଜି ଏବଂ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ବିଶ୍ୱନାଥ ଖାଲକୋଙ୍କ ଉପସ୍ଥିତିରେ ଗଳିତ ଶବକୁ କୂଅରୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଶବକୁ ଚିହ୍ନଟ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଗଳିତ ଶବକୁ ସରକାରୀ ଡାକ୍ତରଖାନାରେ ସୁରକ୍ଷିତ ରଖାଯାଇଛି ଯାହା ସୋମବାର ଦିନ ସକାଳେ ଶବ ବ୍ୟବଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ଉପରେ ପୋଲିସ ଥାନା ରେ ଏକ ମାମଲା (କେସ ନଂ. ୨୩୧/୨୦୨୫) ଦଫା ୧୦୩(୧) ରୁଜୁ କରି ଅଧିକ ତଦନ୍ତ ଚଲାଇଥିବା ବେଳେ ଡୁମେରଚୁଆଁ ଗ୍ରାମର ୩ ଜଣକୁ ଅଟକ ରଖି ଅଧିକ ଅନୁସଂଧାନ ଜାରି ରହିଥିବା ଅନୁସଂଧାନ ଅଧିକାରୀ ଆଇଆଇସି ରଶ୍ମିତା ବେହେରାଙ୍କ ଠାରୁ ପ୍ରକାଶ।

- Advertisement -

ପ୍ରକାଶ ଥାଉକି ମୃତକ କୁଞ୍ଜ ତୁରେକେଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ର ଦ୍ଵିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ତାର ବାପା ହେମନ୍ତ ମାଝି ଏକ ବର୍ଷ ପୁର୍ବରୁ ମୃତ୍ୟୁ ହୋଇଛି। ବିଧବା ମାଆର କୁଞ୍ଜ ଏକମାତ୍ର ପୁତ୍ର ସାହାରା ଥିଲା। ପୁଅର ମୃତ୍ୟୁରେ ବିଧବା ବେସାହାରା ହୋଇଥିବା ବେଳେ ଏହି ଘଟଣା ଉପରେ ଗ୍ରାମବାସୀ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ବିଧବା ମାଆକୁ ସରକାରୀ ସାହାଯ୍ୟ ପାଇଁ ଦାବୀ ଜଣାଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories