ଫୁଲବାଣୀ: ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲା ଯୋଜନା ଓ ସଂଖ୍ୟାନ ଉପିନିର୍ଦ୍ଦେଶକ ଭୀମସେନ ବାରଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲୋନବିଷଙ୍କ ଜନ୍ମ ଜୟନ୍ତୀଙ୍କୁ ସ୍ମରଣ କରାଯାଇଥିଲା। ଦିବସ ପାଳନ ଅବସରରେ ଚଳିତ ବର୍ଷର ବିଷୟ ଥିବା ଜିଲା ସ୍ତରରେ ଆଧିକାରିକ ପରିସଂଖ୍ୟାନର ଶକ୍ତିକରଣ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏଥିରେ ଅତିଥିଭାବେ ଜିଲା ସ୍ତରୀୟ ଅଧିକାରୀ ଅତୁଲ ଚନ୍ଦ୍ର ପ୍ରଧାନ, ଆଶିଷ୍ କୁମାର ଦିଗାଲ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ସହକାରୀ ଉପିର୍ଦ୍ଦେଶକ ପ୍ରଶାନ୍ତ କହଁର, ସଚିଦାନନ୍ଦ ଦାସ, ସ୍ୱାତୀ ଅନୁଷ୍ଠାନର ସଂପାଦକ ଇଂ.ହରି ଶଙ୍କର ରାଉତ ପ୍ରମୁଖ ଅତିଥିଭାବେ ଯେଗାଦେଇ କନ୍ଧମାଳ ଜିଲାର ଗ୍ରାମିଣ ଅଞ୍ଚଳରେ ସମାବେଶୀ ବିକାଶ ଓ ସ୍ଥାୟୀ ପ୍ରଗତି ଉପରେ ନିଜ ନିଜର ବକ୍ତବ୍ୟ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ସ୍ତରୀୟ ଅନ୍ୟ ଅଧିକାରୀ, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ବୁଦ୍ଧଜୀବି ଏବଂ ଜିଲା ଯୋଜନା ଓ ନିରୀକ୍ଷଣ ଏକକର ବୃତ୍ତିଜୀବିମାନେ ଯୋଗଦେଇ କନ୍ଧମାଳ ଜିଲାର ୧୭୧ ଟି ଗ୍ରାମ ପଞ୍ଚାୟତ ଏବଂ ୨୫୧୫ଟି ଗ୍ରାମରେ କଲ୍ୟାଣକାରୀ ଯୋଜନା ଗୁଡ଼ିକ କାର୍ଯକାରି କରିବାରେ ପରିସଂଖ୍ୟାନ ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶିକା ଦେବସ୍ମିତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜିଲା କାର୍ଯ୍ୟାଳୟର ଚିତ୍ତ ରଂଜନ ସାହୁ, ସୁଭମ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ।



