ଧାମରା: ବାଂଶଡା ଥାନା ଇଲାକାରେ ବେଧଡକ ଜୁଆ ଖେଳ ଚାଲିଛି। ବାଂଶଡା ପଞ୍ଚାୟତ ବଳିଆର ପୁର ଠାରେ ଏକ ଅପେରା ସୋ ଚାଲିଛି। ଏହି ଅପେରା ଶୋ ସମୟରେ ବ୍ୟାପକ ଜୁଆ ଖେଳ ଚାଲିଥିବା ବେଳେ ଅଞ୍ଚଳବାସୀ ଏହି ଜୁଆ ଖେଳ ବନ୍ଦ କରିବାକୁ ବାଂଶଡା ପୁଲିସ ପ୍ରଶାସନକୁ ଅବଗତ କରାଇଥିଲେ। ମାତ୍ର ବାଂଶଡା ଥାନା ଠାରୁ ଏହି ସ୍ଥାନ ମାତ୍ର ୨ କି.ମି ହୋଇଥିବା ବେଳେ ପୁଲିସ ପ୍ରଶାସନର ଇଙ୍ଗିତରେ ଏହା ଚାଲିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
Popular Categories



