ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଥାନା ପୁଲିସ ଏକ ବୋଲେରୋ ସହିତ ତିନି କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି। ତେବେ ଗଞ୍ଜେଇ ସହିତ ବୋଲେରୋକୁ ଛାଡ଼ି ଚୋରା ଚାଲାଣ କାରୀ ଚମ୍ପଟ ମାରିବାରେ ସଫଳ ହୋଇଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମ ନିକଟରେ ରାତ୍ରି ପାଟ୍ରୋଲିଂ ସମୟରେ ଏକ ବୋଲେରୋ ଗାଡ଼ି ଲକ୍ଷ୍ମୀପୁର ପଟୁ ସିଙ୍ଗାରାମ ଆଡ଼କୁ ଯାଉଥିଲା। ଏହି ସମୟରେ ପୁଲିସ ପାଟ୍ରୋଲିଂ ଗାଡ଼ିକୁ ଦେଖି ହଠାତ୍ ବୋଲେରୋଟି ଓଡିଆପେଣ୍ଠା ଗ୍ରାମ ନିକଟରେ ରାସ୍ତା କଡ଼ରେ ଅଟକାଇ ଡ୍ରାଇଭର ଗାଡି ଛାଡ଼ି ଦୌଡ଼ି ପଳାଇ ଯାଇଥିଲା। ସନ୍ଦେହ ହେବାରୁ ପୁଲିସ ଗାଡିଟି ଯାଞ୍ଚ କଲାବେଳେ ଗଞ୍ଜେଇ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା।
ଜବତ ଗଞ୍ଜେଇର ଓଜନ ୩୭୯ କିଲୋଗ୍ରାମ ୩୦୦ ଗ୍ରାମ। ଏନେଇ ଲକ୍ଷ୍ମୀପୁର ଥାନାରେ ମାମଲା ପଞ୍ଜିକୃତ ହୋଇଛି।



