ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ରାମ ଚଣ୍ଡୀ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଗୋଷ୍ଠୀ ଅଧିକାରୀ ରିପୁ ନାଥ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୭ ଟି ଏସଏସଜି ଗୋଷ୍ଠୀର ୪୮ ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ନିଜ ଖାଦ୍ୟ ପ୍ରସ୍ତୁତ କରିଥିଲେ।
ସୂଚନା ଅନୁଯାୟୀ, ପ୍ରତିଯୋଗିତାରେ ଯିଏ ପ୍ରଥମ ହେବେ ସେହି ପ୍ରତିଯୋଗୀକୁ ୫ ହଜାର ଓ ଦ୍ଵିତୀୟକୁ ୪ ହଜାର ରାଶି ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଲସ୍ତଲାର ଶ୍ରୀ ଗଣେଶ ଏସ ଏସ ଜି ପ୍ରଥମ ହୋଇଥିବା ବେଳେ ସିଲେଟର ଲକ୍ଷ୍ମୀ ଏସ ଏସ ଜି ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା।



