କେନ୍ଦୁଝରଗଡ଼: ଭାରତୀୟ ଜନତା ପାର୍ଟି କେନ୍ଦୁଝର ପକ୍ଷରୁ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼. ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ସପ୍ତାହ ଅବସରରେ କେନ୍ଦୁଝର ସହରର ନଗରଭବନ ଠାରେ ସୋମବାର ସନ୍ଧ୍ୟାରେ ଡ଼. ଭୀମ ରାଓ ଆମ୍ବେଦକର ସମ୍ମାନ ଅଭିଯାନ କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ପ୍ରଦେଶ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡ଼. ଭୀମ ରାଓ ଆମ୍ବେଦକର ସମ୍ମାନ ଅଭିଯାନ କେନ୍ଦୁଝର ସମେତ ୫ ଜିଲା ଦାୟିତ୍ୱରେ ଥିବା ତଥା କେନ୍ଦୁଝର ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ତେଲକୋଇ ବିଧାୟକ ଡ଼. ଫକୀର ମୋହନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



