www.samajalive.in
Wednesday, December 10, 2025
23.1 C
Bhubaneswar

ନାମକୁ ମାତ୍ର ସ୍ୱାସ୍ଥ୍ୟସେବା, ଭରସା ହରାଇଲାଣି ଠାକୁରମୁଣ୍ଡା ଡାକ୍ତରଖାନା

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବାସ୍ତବତା ହେଲା ରୋଗୀ ଆଉ ଭରସା କରିପାରୁନାହାନ୍ତି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ। ଡାକ୍ତରଖାନା ଆସିବା ଅପେକ୍ଷା ଗାଁ ଗହଳରେ କ୍ଵାକ ମାନଙ୍କୁ ଅଧିକ ଭରସା କରୁଛନ୍ତି ରୋଗୀ। ଅନ୍ୟ ପକ୍ଷରେ କହିଲେ ସ୍ୱାସ୍ଥ୍ୟ ପ୍ରଶାସନହିଁ କ୍ଵାକ ବ୍ୟବସ୍ଥା ଚାଲୁ ରଖିବାକୁ ପ୍ରୋତ୍ସାହିତ କରୁଛନ୍ତି। ଜିଲ୍ଲାପାଳ ମଧ୍ୟ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ସ୍ଥିତି ସମ୍ପର୍କରେ ଅନ୍ଧାରରେ ରହୁଛନ୍ତି। ଏଠାରେ ଡାକ୍ତର ଏବଂ ବିଶେଷଜ୍ଞ ପଦବୀ ମିଶି ୧୨ ଜଣ ରହିବା କଥା। ମାତ୍ର ଅତ୍ୟନ୍ତ ଜଣେ ଡାକ୍ତର ଚଳାଉଛନ୍ତି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। କେବଳ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞକୁ ଛାଡି ଦେଲେ ମେଡ଼ିସିନ, ଶିଶୁରୋଗ, ଶଲ୍ୟ ବିଶେଷଜ୍ଞ ସମେତ ସାଧାରଣ ଡାକ୍ତର ପଦବୀ ଶୂନ୍ୟ ପଡିଛି।

କେବଳ ଯେ, ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ବ୍ୟବସ୍ଥା ସେକଥା ନୁହେଁ ଠାକୁରମୁଣ୍ଡା ନିକଟବର୍ତ୍ତୀ କେଶଡିହା, ପଡିଆବେଡା, ସାତକୋଶିଆ ଡାକ୍ତରଖାନା ବର୍ଷ ବର୍ଷ ଧରି ଡାକ୍ତର ଶୂନ୍ୟ ରହିଛି। କେବଳ ଚମ୍ପାଝର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଅଛନ୍ତି ଏବଂ ସେ ଆସି ଠାକୁରମୁଣ୍ଡା ଡାକ୍ତରଖାନାରେ ସେବା ଯୋଗାଉଛନ୍ତି। ସମପରିମାଣରେ ୯ ଜଣ ଷ୍ଟାଫ ନର୍ସଙ୍କ ମଧ୍ୟରୁ ମାତ୍ର ୩ ଜଣ ଅଛନ୍ତି। କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଧାୟିକା ଏବେ ମନ୍ତ୍ରୀ ଥିବା ସତ୍ତ୍ୱେ ଜନସାଧାରଣଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ନଥିବା ଆଲୋଚନା ହେଉଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories