www.samajalive.in
Friday, December 12, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଦଳର ୟୁପି ଗସ୍ତ 

ଗୋପାଳପୁର: ଆଜି ପୂର୍ବାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ୧୮ ଜଣିଆ ସାଂସ୍କୃତିକ ଦଳ ୟୁପି ଗସ୍ତ କରିଛନ୍ତି। ନୋଇଡାଠାରେ ଥିବା ଆମିଟି ବିଶ୍ୱବିଦ୍ୟାଳୟରେ ଆସନ୍ତା ୩ ଠାରୁ ୭ ମାର୍ଚ୍ଚ ଯାଏ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ଜାତୀୟ ୟୁବ ମହୋତ୍ସବରେ ଏହି ଦଳ ଯୋଗ ଦେବେ। ଗତ ଜାନୁୟାରୀ ମାସରେ ଆୟୋଜିତ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହୋତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦଳଗତ ଆଦିବାସୀ ନୃତ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ମହୋତ୍ସବକୁ ଚୟନ ହୋଇଥିଲେ। ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ତରଫରୁ ଦଳଗତ ନୃତ୍ୟରେ ଥିବାବେଳେ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗର ଅନିଶା ଦେବୀ ମେହେନ୍ଦି ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦୀଭାବେ ଯୋଗ ଦେଉଛନ୍ତି। ଟିମ ମ୍ୟାନେଜର ଭାବେ ଡ ମିହିର କୁମାର ତ୍ରିପାଠୀ ଏବଂ ଶୁଭସ୍ମିତା ସାହୁ ପ୍ରମୁଖ ଦଳ ସହ ଗସ୍ତ କରୁଛନ୍ତି।  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ଯୁଗ୍ମ କୁଳସଚିବ ଡ ବାବୁଜି ସାମଲ, ଛାତ୍ର ସହ କୁଳସଚିବ ଡ ସରୋଜ କୁମାର ଦାଶ ଏବଂ ସାଂସ୍କୃତିକ ସଂଯୋଜିକା ଡ ସରିତା ଦାଶ ପ୍ରମୁଖ  ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories