www.samajalive.in
Friday, December 12, 2025
26.1 C
Bhubaneswar

ସରକାରୀ ବସ ଧକ୍କାରେ ମହିଳା ମୃତ

ଫୁଲବାଣୀ: କନ୍ଧମାଳ ଜିଲା ବେଲଘର ଥାନା ଉଷାବାଲି ନିକଟରେ ଅଙ୍ଗନଓ୍ବାବାଡ଼ି ଦିଦିଙ୍କୁ ଏକ ସରକାରୀ ବସ୍‌ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଅଙ୍ଗନବାଡ଼ି ହେଲେ ଉଷାବାଲି ଅଙ୍ଗନବାଡି କେନ୍ଦ୍ରର ସ୍ନେହଲତା ମଝିଆସେଟ (୪୦)। ଶନିବାର ପୂର୍ବାହ୍ନରେ ଏକ ସରକାରୀ ବସ ତାଙ୍କୁ ଧକ୍କା ଦେଇଥିଲା। ବସ୍‌ ବେଲଘରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ସମୟରେ ଉସାବାଲି ଛକ ଠାରେ ଏହି ଦୁର୍ଘଟଣା ଘଟିଛି। ଅଙ୍ଗନବାଡି କର୍ମୀଙ୍କୁ ବସ୍‌ଟି ଧକ୍କା ଦେଇ ଘଟଣାସ୍ଥଳରୁ ଚାଲି ଯାଉଥିବା ବେଳେ ସ୍ଥାନୀୟ ଲୋକ ବସ୍‌ଟିକୁ ଅଟକାଇଥିଲେ। ଏ ନେଇ ତୁମୁଡିବନ୍ଧ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ତୁମୁଡିବନ୍ଧ ଆମ୍ବେଦକର ଛକ ନିକଟରେ ମୃତ ଦେହରଖି ମୃତକଙ୍କ ପରିବାର ଓ ସ୍ଥାନୀୟଲୋକେ, ଅଙ୍ଗନଓ୍ବାଡ଼ୀ ସଂଘ ରାସ୍ତା ଅବରୋଧ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories