www.samajalive.in
Saturday, December 6, 2025
23.1 C
Bhubaneswar

ମାରଣାସ୍ତ୍ରରେ ଆକ୍ରମଣ ସହ ଲୁଟ, ଦୁଇ ଗିରଫ

ଫୁଲବାଣୀ: ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ଟଙ୍କା ଲୁଟ କରିବା ଅଭିଯୋଗରେ ଟାଉନ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ଅଟକ ରଖିଛି। ଗିରଫ ମାନେ ହେଲେ, ଫୁଲବାଣୀ ପେଞ୍ଜିସାହିର କରନ ମୂଖୀ (୨୭) ଓ ହେରନ ବେହେରା (୨୧)। ସୂଚନା ଅନୁଯାୟୀ, ଜି ଉଦୟଗିରିର ସନ୍ଦୀପ କୁମାର ପ୍ରଧାନ ରବିବାର ରାତିରେ ତାଙ୍କର ଜନୈକ ବନ୍ଧୁଙ୍କ ସହିତ ଫୁଲବାଣୀ ବସଷ୍ଟାଣ୍ଡରୁ ବାହାରି ବଜାର ଆଡକୁ ଯାଉଥିବା ବେଳେ ପେଞ୍ଜିସାହି ଛକ ଠାରେ ଅଭିଯୁକ୍ତ ମାନେ ଖଣ୍ଡା, ଲୁହା ରଡ ଇତ୍ୟାଦି ମାରଣାସ୍ତ୍ରରେ ଆକ୍ରମଣ କରିବା ସହିତ ଦୁଇ ହଜାର ଟଙ୍କା ଛଡାଇ ନେଇଥିଲେ। ଏ ନେଇ ସନ୍ଦୀପ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର, ମୋବାଇଲ ଓ ୧୩୦୦ ଟଙ୍କା ଜବତ ହୋଇଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories