www.samajalive.in
Saturday, December 6, 2025
26.1 C
Bhubaneswar

ସମର୍ଥ କେଳେଙ୍କାରୀ ଘଟଣା, ଜେଲରେ ସମ୍ପାଦକ

ସମ୍ବଲପୁର: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସମ୍ବଲପୁରର ସମର୍ଥ ଅନୁଷ୍ଠାନର ସମ୍ପାଦକକୁ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇଥିବା ବେଳେ ସୋମବାର ଦିନ ୨ ଦିନିଆ ରିମାଣ୍ଡରେ ଆଣିଥିଲା। ମଙ୍ଗଳବାର ଏହି ରିମାଣ୍ଡର ଅବଧି ଶେଷ ହେବା ପରେ ପୁଣି ତାକୁ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି। ଧନୁପାଲି ପୁଲିସ ରିମାଣ୍ଡରେ ଆଣିବା ପରେ ରୁଜୁ ହୋଇଥିବା ଦୁଷ୍କର୍ମ ମାମଲା ସଂଖ୍ୟା ୨୩/୨୫ରେ ଅଧିକ ପ୍ରମାଣ ସଂଗ୍ରହ ପାଇଁ ତାର ଡାକ୍ତରୀ ମାଇନା ସହିତ ଅନ୍ୟାନ୍ୟ ତଦନ୍ତ ଗୁଡିକୁ ଅଗ୍ରଗତି ହୋଇଛି। ରିମାଣ୍ଡ ସମୟରେ ଧନୁପାଲି ଥାନାରେ ରୁଜୁ ହୋଇଥିବା ୨ଟି ମାମଲା ସମ୍ପର୍କିତ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଯଥା ଅନ୍ତେବାସୀ ମାନେ କିଭଳି କେନ୍ଦ୍ରକୁ ଆସୁଥିଲେ, କିଭଳି ରହୁଥିଲେ, କିଭଳି ଯତ୍ନ ନିଆଯାଉଥିଲା ଆଦି ଅନେକ ସୂଚନା ପୁଲିସକୁ ଜେରା ସମୟରେ ମିଳିଛି। ଏଥି ସହ ଅନ୍ତେବାସୀଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟ ଗୁଡିକ ମଧ୍ୟ ସଂଗ୍ରହ କରାଯାଇଛି। ରିମାଣ୍ଡ ସମୟରେ ହୋଇଥିବା ଜେରା ସମୟରେ କିଭଳି ରୂପେ ପ୍ରଶାସନିକ ସ୍ତରରେ ସହଯୋଗ ହାସଲ, କେଉଁ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରୁଥିଲେ ଆଦି ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ସମ୍ପାଦକ ହରିଶ ଦାସ ପୁଲିସକୁ ଦେଇଛି। ସୂଚନାଯୋଗ୍ୟ ଯେ, ସମର୍ଥ ଘଟଣାରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯ୍ୟାତନା ଦେବା ଏବଂ ଅନ୍ତେବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୨ଟି ମାମଲା ଧନୁପାଲି ଥାନାରେ ରୁଜୁ ହୋଇଛି। ଉଭୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ଏହି ଘଟଣାରେ କେନ୍ଦ୍ରର ସମ୍ପାଦକ ହରିଶ ଚନ୍ଦ୍ର ଦାସ, ପୁତ୍ର ସୁଭ୍ରଜିତ, ସହାୟିକା ସ୍ୱାଗତିକା ପ୍ରଧାନ ଓ କର୍ମଚାରୀ ଶୁଭମ ବେହେରାଙ୍କୁ ଗିରଫ କରି ଅଦାଲତଙ୍କ ଜରିଆରେ ଜେଲ ହାଜତକୁ ପଠାଇଛି। ଏଥି ସହ ଏହି ଘଟଣାରେ ସାମିଲ ସନ୍ଦେହରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଜାରି ରହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories