ବୁଦା ସଫେଇ ନାଁରେ ଚାଲିଛି ଦୁର୍ନୀତି

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଗ୍ରାମ୍ୟ ବିଭାଜନ ବିଭାଗ ଅଧିନରେ ଥିବା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଜୁନାଡିହି- ଲଇଡା ରାସ୍ତାରେ ଚାଲିଥିବା ରାସ୍ତା ଉଭୟ ପାର୍ଶ୍ବର ବୁଦା ଗଛ ସଫେଇ କାମରେ ଗାଈଗୋରୁଙ୍କ ଖାଦ୍ୟ ଘାସକୁ ମେସିନ୍ ଲଗାଇ ସଫା କରି ଦିଆଯାଉଛି କିନ୍ତୁ ବୁଦାଗଛ ଆଦୌ ସଫା କରାଯାଉନାହିଁ । ଫଳରେ ଅବସ୍ଥା ଯଥା ପୂର୍ବଂ ତଥା ପରଂରେ ପରିଣତ ହୋଇଛି। ବୁଦା ଗଛ ପୂର୍ବ ଭଳି ରହିଥିବାରୁ ଦୁର୍ଘଟଣାର ଆଶଙ୍କା ରହିଛି। ଠିକାଦାର ମନ ଇଚ୍ଛା କାମ କରି ସରକାରୀ ଅର୍ଥ ବାଟ ମାରଣା କରୁ ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଥିବାରୁ ଏହି ଦୁର୍ନୀତିରେ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା ନାହିଁତ ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.