www.samajalive.in
Friday, December 12, 2025
27.1 C
Bhubaneswar

ବାରହା ଆକ୍ରମଣରେ ୩ ଆହତ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ବଣୁଆ ଜନ୍ତୁଙ୍କ ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏଭଳି ଏକ ଘଟଣାରେ ଯୁଯୁମୁରା ଗ୍ରାମରେ ବାରହା ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ପ୍ରାପ୍ତସୂଚନାନୂଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ହଠାତ ଏକ ବାରହା ଆସି ଯୁଯୁମୁରା ଗ୍ରାମ ମଧ୍ୟରେ ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଫଳରେ ବାରାହା ଆକ୍ରମଣରେ ସୁର୍ଯ୍ୟକାନ୍ତି ବେହେରା, ନିରଞ୍ଜନ ରଣା ଓ ପାର୍ବତୀ ରଣା ନାମକ ୩ ଜଣ ପୁରୁଷ ଓ ମହିଳା ଆହତ ହୋଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରି ତୁରନ୍ତ ଯୁଯୂମୁରା ଡାକ୍ତରଖାନାକୁ ନିଆଯିବା ପରେ ପରବର୍ତ୍ତୀ ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୁର୍ବରୁ ସ୍ଥାନୀୟ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ସମସ୍ୟା ରହିଥିବା ବେଳେ ତାକୁ ଆଜି ପର୍ଯ୍ୟନ୍ତ ସମାଧାନ କରାଯାଇ ନାହିଁ। ଗୋଟିଏ ପଟରେ ହାତୀ ସମସ୍ୟା ଲାଗି ରହିଥିବା ବେଳେ ସକାଳ ସମୟରେ ଦିନବେଳା ଜନବସତି ମଧ୍ୟକୁ ବାରାହା ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରିବା ଘଟଣା ପରେ ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏହି ଘଟଣା ପରେ ବନ ବିଭାଗକୁ ବାରାହା ଆକ୍ରମଣ ନେଇ ଜନତା ସୁଚନା ଦେଇଥିବାର ଜଣାପଡ଼ିଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories