www.samajalive.in
Friday, December 12, 2025
23.1 C
Bhubaneswar

ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ, ପ୍ରଶାସନର ନିଘା ନାହିଁ

ଫୁଲବାଣୀ: ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରି ଲୋକ ମାନଙ୍କ ସୁବିଧା ପାଇଁ ବସୁଧା ଯୋଜନାରେ ଘରକୁ ଘର ପାଣି ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ କିଛି ଅଞ୍ଚଳ ପ୍ରଶାସନ ଅବହେଳା କାରଣରୁ ଗ୍ରାମବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ ୧୧ ନଂ ୱାର୍ଡ଼ କାମଟଣା ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ବସୁଧା ଯୋଜନାରେ ଆସିଥିବା ପାଣି ପାଇପ୍ ଫାଟି ଥିବାରୁ ପାଣି ପାଇପାରୁ ନାହାନ୍ତି। ସେଥିପାଇଁ ସରପଞ୍ଚ, ସମିତି ସଭ୍ୟ, ବିଡ଼ିଓ ଓ ଜେଇଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି ମରାମତି ହୋଇ ପାରୁନାହିଁ। ଆଜକୁ ତିନିମାସ ହେବ ଅଭିଯୋଗ ପରେ ମଧ୍ୟ କାମ ହେଉନି। ଏଥିପାଇଁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମର ବଳଭଦ୍ର ଦିଗାଲ, ମନୋଜ ଦିଗାଲ, ମଳୟ ଦିଗାଲ, ପ୍ରଦୀପ ସାହୁ, ଶୁକଦେବ କହଁର, ପ୍ରଦୀପ କହଁର ଦାବି କରିଛନ୍ତି। ଏହି ବିଷୟରେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଜେଇଙ୍କୁ ବାରମ୍ବାର ଅବଗତ କରିଛୁ କିନ୍ତୁ ମୁଁ ପାଇପ୍ ଓ ଲୋକ ପଠାଇବି ବୋଲି କହୁଛନ୍ତି କିନ୍ତୁ ଆସୁନାହାନ୍ତି ବୋଲି କହିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories