www.samajalive.in
Saturday, December 13, 2025
26.1 C
Bhubaneswar

ବସୁଧା ପାଣିରୁ ବଞ୍ଚିତ ଗ୍ରାମବାସୀ, ପ୍ରଶାସନର ନିଘା ନାହିଁ

ଫୁଲବାଣୀ: ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରି ଲୋକ ମାନଙ୍କ ସୁବିଧା ପାଇଁ ବସୁଧା ଯୋଜନାରେ ଘରକୁ ଘର ପାଣି ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ କିଛି ଅଞ୍ଚଳ ପ୍ରଶାସନ ଅବହେଳା କାରଣରୁ ଗ୍ରାମବାସୀ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ କ୍ରାଣ୍ଡିବାଲି ପଞ୍ଚାୟତ ୧୧ ନଂ ୱାର୍ଡ଼ କାମଟଣା ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମକୁ ବସୁଧା ଯୋଜନାରେ ଆସିଥିବା ପାଣି ପାଇପ୍ ଫାଟି ଥିବାରୁ ପାଣି ପାଇପାରୁ ନାହାନ୍ତି। ସେଥିପାଇଁ ସରପଞ୍ଚ, ସମିତି ସଭ୍ୟ, ବିଡ଼ିଓ ଓ ଜେଇଙ୍କୁ ଜଣାଇ ଥିଲେ ମଧ୍ୟ କୈାଣସି ମରାମତି ହୋଇ ପାରୁନାହିଁ। ଆଜକୁ ତିନିମାସ ହେବ ଅଭିଯୋଗ ପରେ ମଧ୍ୟ କାମ ହେଉନି। ଏଥିପାଇଁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମର ବଳଭଦ୍ର ଦିଗାଲ, ମନୋଜ ଦିଗାଲ, ମଳୟ ଦିଗାଲ, ପ୍ରଦୀପ ସାହୁ, ଶୁକଦେବ କହଁର, ପ୍ରଦୀପ କହଁର ଦାବି କରିଛନ୍ତି। ଏହି ବିଷୟରେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଜେଇଙ୍କୁ ବାରମ୍ବାର ଅବଗତ କରିଛୁ କିନ୍ତୁ ମୁଁ ପାଇପ୍ ଓ ଲୋକ ପଠାଇବି ବୋଲି କହୁଛନ୍ତି କିନ୍ତୁ ଆସୁନାହାନ୍ତି ବୋଲି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories