www.samajalive.in
Friday, December 12, 2025
26.1 C
Bhubaneswar

ନାବାଳିକାକୁ ଶାରୀରିକ ନିର୍ଯାତନା – ୨ ଗିରଫ

କେନ୍ଦୁଝରଗଡ଼଼: ଜଣେ ନାବାଳିକାକୁ ବାରମ୍ବାର ଯୌନ ନିଯ୍ୟାତନା ଦେଇ ଆସୁଥିବା ସମ୍ପର୍କରେ ବଣିଆପାଟ ଓପନ ସେଲଟର ହୋମର କେୟାର ଟେକର ମମତା ବେହେରା ସୋମବାର ରାତି ପ୍ରାୟ ୧୨ଟାରେ ଅଭିଯୋଗ କରିବା ପରେ ଟାଉନ ଥାନା ପୁଲିସ ଏକ ବଡ ଧରଣର ସେକ୍ସ ରାକେଟର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି। ଏହି ମାମଲରେ ପୁଲିସ ସମ୍ପୃକ୍ତ ନାବାଳିକାକୁ ଭୁବନେଶ୍ୱରରୁ ଉଦ୍ଧାର କରିବା ପରେ ସୋମବାର ଅପରାହ୍ନରେ ଶିଶୁ ମଙ୍ଗଳ ସମିତି କେନ୍ଦୁଝରଙ୍କ ନିକଟରେ ହାଜର କରାଯାଇଥିଲା। କେନ୍ଦୁଝର ଟାଉନ ଥାନା ଗମ୍ଭାରିଆ ଗ୍ରାମରେ ଭଡାଘରେ ରହୁଥିବା ତୁରୁମୁଙ୍ଗା ଥାନା ଅଧିନ କାଇପଡ଼ା ଗ୍ରାମର ରଣଜିତ କୁମାର ସାହୁ ଏବଂ ସଞ୍ଜ କଲୋନୀରେ ଭଡାଘରେ ରହୁଥିବା ପଣ୍ଡାପଡ଼ା ଥାନା ଅଧିନ କାଣ୍ଡେଶ୍ୱର ଗ୍ରାମର ୪୦ ବର୍ଷୀୟା ମହିଳା ସୁଶୀଳା ପାତ୍ରଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ପୁଲିସ ଏକ ଅଟୋରିକ୍ସା, ଗୋଟିଏ ବାଇକ୍‌‌, ୩ଟି ମୋବାଇଲ, ଆପତ୍ତିଜନକ ସାମଗ୍ରୀ ସମେତ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ପୁଲିସ ଜବତ କରିବାକୁ ସକ୍ଷମ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକା ସମେତ କେନ୍ଦୁଝର, କଟକ, ଭୁବନେଶ୍ୱର, ଗଞ୍ଜାମ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆଣି କେନ୍ଦୁଝରରେ ଗମ୍ଭାରିଆ ଓ ସ୍ପଞ୍ଜ କଲୋନୀରେ ରହୁଥିବା ଭଡା ଘରେ ଅନୈତିକ ଭାବେ ଯୌନ କାରବାର କରୁଥିବା ଟାଉନ ଥାନା ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି। ଉଦ୍ଧାର ନାବାଳିକା ଜଣକୁ ମଧ୍ୟ ବହୁବାର ଭୁବନେଶ୍ୱରର ଖଣ୍ଡଗିରି ଠାରେ ଏକାଧିକ ବ୍ୟକ୍ତିଙ୍କ ସଙ୍ଗେ ଆପତ୍ତିଜନକ କାର୍ଯ୍ୟରେ ନିୟୋଜିତ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗିରଫ ଦୁଇ ଅଭିଯୁକ୍ତ ବ୍ୟବହାର କରୁଥିବା ଗଡ଼଼ା ଗୃହକୁ ପୁଲିସ ସିଲ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories