www.samajalive.in
Friday, December 12, 2025
15.1 C
Bhubaneswar

ସମ୍ବଲପୁରୀ ଧନୁଯାତ୍ରାର ୪ର୍ଥ ଦିବସ, ଗୋପପୁରରେ ଗୌଡ ବାଡି ଖେଳିଲେ କୃଷ୍ଣ ବଳରାମ

ସମ୍ବଲପୁର: ସମ୍ବଲପୁରୀ ଧନୁଯାତ୍ରାରେ ଗୋପପୁର ହୋଇଉଠିଛି ଆନନ୍ଦ ମୁଖର। ରବିବାର ଅନ୍ତିମ ଦିବସରେ ଗୋପପୁରରେ ଗୋପାଳ ପିଲାଙ୍କ ସାଥିରେ କୃଷ୍ଣ ବଳରାମଙ୍କର ଗୌଡ଼ ବାଡ଼ି ଖେଳ ସହ ଶିକାରୁ ଦହି ହାଣ୍ଡି ଭାଙ୍ଗି ଦହି ଖାଇବା ଦୃଶ୍ୟ ଦର୍ଶକଙ୍କୁ ଅବିଭୂତ କରିଥିଲା। ଅକ୍ରୁର ମଥୁରାରୁ ଗୋପପୁର ପହଁଚିବା ପରେ ନନ୍ଦ ରାଜାଙ୍କର ସହ ଧନୁଯାତ୍ରା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଏହା ପରେ କୃଷ୍ଣ ବଳରାମଙ୍କୁ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରାରେ ବାହାରିଥିଲେ। ଅକ୍ରୁର କୃଷ୍ଣ ବଳରାମଙ୍କୁ ମାତା ଯଶୋଦା ଓ ରୋହିଣୀଙ୍କ ପାଖରୁ ନେଇ ନେଲା ସମୟର ଦୃଶ୍ୟ ଓ ଯଶୋଦା ଓ ଗୋପପୁରବାସିଙ୍କର ବିଚ୍ଛେଦ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଗୋପପୁରବାସୀଙ୍କ ପ୍ରତି ଆଖିରୁ ଝରି ପଡୁଥିଲା ବୁନ୍ଦା ବୁନ୍ଦା ଲୁହ। ଏହି ସମୟରେ କୃଷ୍ଣ ପ୍ରେମମୟ ପରିବେଶ ସୃଷ୍ଟି ହୋଇଥିଲା। କୃଷ୍ଣ ବଳରାମ ଗୋପପୁର (ଚାଉଁରପୁର) ପରିକ୍ରମା କରିଥିବା ବେଳେ ଅପରାହ୍ନରେ ଗୋପପୁରରୁ ମଥୁରା ନଗରୀ ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ ବିଭିନ୍ନ ସ୍ଥାନରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚନା କରାଯାଇଥିଲା।

ଆଜି ରାଜକୀୟ ଅତିଥି ଭାବରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ଯୋଗ ଦେଇ ଆଗାମୀ ଦିନରେ ଗୋପପୁର (ଚାଉଁରପୁର)ରେ ଧନୁଯାତ୍ରା ପାଇଁ ଏକ ଭବ୍ୟ ମଣ୍ଡପ ସହ ଗୋପପୁରରେ ଧନୁଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଗୃହ ପାଇଁ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗୋପପୁରରେ ଧନୁଯାତ୍ରା କମିଟିର ପ୍ରମୁଖ ସଦସ୍ୟ ବବଲୁ ବାଗ, ସୂର୍ଯ୍ୟ ପାଣିଗ୍ରାହୀ, କମଳ ଲୋଚନ ପଣ୍ଡା ପ୍ରମୁଖ ସଂଯୋଜନା କରିଥିବା ବେଳେ ଗୋପପୁର ଯାତ୍ରା କମିଟିର ଆଦିତ୍ୟ ପ୍ରସାଦ ନାୟକ, ଗଣେଶ ମହୋତ୍ତମ, ସରୋଜ ମହାପାତ୍ର, ଯୋଗେନ୍ଦ୍ର ମାଝୀ ପ୍ରମୁଖ ପରିଚାଳନା କରିଥିଲେ। ବାଲିବନ୍ଧା ଠାରେ ସମ୍ବଲପୁରୀ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱାଗତ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories