www.samajalive.in
Saturday, December 13, 2025
21.1 C
Bhubaneswar

ରଙ୍ଗେଈଲୁଣ୍ଡା ପଞ୍ଚାୟତରେ ପ୍ରଶାସନିକ ଅଧିକାରୀଙ୍କ ଗାଁକୁ ଚାଲ କାର୍ଯ୍ୟକ୍ରମ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ପଞ୍ଚାୟତରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ଗାଁକୁ ଚାଲ କାର୍ଯ୍ୟକ୍ରମରେ ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ ଯୋଗ ଦେଇଥିଲେ। ପଞ୍ଚାୟତସ୍ତରୀୟ ସଭାରେ ରଙ୍ଗେଈଲୁଣ୍ଡା, ଅନ୍ତରବାଟିଆ, ଭଞ୍ଜ ବିହାର ଏବଂ ମାଣ୍ଡିଆପଲ୍ଲୀ ଗ୍ରାମର ବହୁ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଭେଟନେରୀ, ବିଦ୍ୟୁତ, କୃଷି ଆଦି ଉପରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ପଞ୍ଚାୟତ ଅଧିନରେ ରହିଥିବା ବିଭିନ୍ନ ସ୍କୁଲରେ ଶିକ୍ଷକ ପଦବୀ ପୂରଣ କରିବା, ଡ୍ରେନ, ରାସ୍ତା, ପଶୁ ଚିକିତ୍ସା ଓ ବିଶ୍ଵବିଦ୍ୟାଳୟ ଫାଠକ ଉପରେ ବହୁ ଅଭିଯୋଗ ହୋଇଥିଲା। ଏ ନେଇ ବିଡ଼ିଓଙ୍କ ସହ ଯୋଗାଯୋଗ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ରହିଥିବା ସମସ୍ୟା ଗୁଡ଼ିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କିଭଳି ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ନମିତା ମହାଙ୍କୁଡ, ସମିତିସଭ୍ୟ କୃଷ୍ଣ ଚନ୍ଦ୍ର ମହାଙ୍କୁଡ଼, ମିଶନ ଶକ୍ତିର ସଭା ନେତ୍ରୀ ଅର୍ଚ୍ଚନା ପଟ୍ଟନାୟକ, ଜି. କୁର୍ମା, ଏସ. ରାମାରାଓଙ୍କ ସମେତ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ବିଭିନ୍ନ ବିଭାଗର।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories