www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ଖାଉଟି ଦିବସ ପାଳିତ

ସମ୍ବଲପୁର: ଖାଉଟି ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଯିବା ସହ ବିଭିନ୍ନ ଡିଜିଟାଲ ଠକେଇରୁ ଖାଉଟି ମାନେ କିପରି ଭାବରେ ରକ୍ଷା ପାଇପାରିବେ, ସେ ନେଇ ଜନଜାଗରଣ ସୃଷ୍ଟି କରିବାକୁ ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ସମ୍ବଲପୁର ଠାରେ ମଙ୍ଗଳବାର ଜାତୀୟ ଖାଉଟି ଦିବସ ପାଳନ କରାଯାଇଥିଲା। ସଂଚେତନା ଅନୁଷ୍ଠାନ ପକ୍ଷରୁ ଯୁଗ୍ମ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ସମ୍ବଲପୂର ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଉଟିଙ୍କ ଅଧିକାର ନେଇ ଆଲୋଚନା କରାଯାଇଥିଲା। ବିଶେଷ କରି ବିଭିନ୍ନ ସମୟରେ ସଚେତନତା ଅଭାବରୁ ଖାଉଟି ମାନେ ହେଉଥିବା ଠକେଇରୁ କିପରି ନିଜକୁ ରକ୍ଷା କରିବେ ସେନେଇ ଉପସ୍ଥିତ ବ୍ୟକ୍ତି ବିଶେଷ ତଥା ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଏଥି ସହ ବର୍ତମାନ ଡିଜିଟାଲ କାରବାର ବୃଦ୍ଧି ଫଳରେ ହେଉଥିବା ଡିଜିଟାଲ ଠକେଇରୁ ରକ୍ଷା ପାଇବାର ପନ୍ଥା ନେଇ ମଧ୍ୟ କାର୍ଯ୍ୟକ୍ରମରେ ଚର୍ଚ୍ଚା ହୋଇଥିଲା। ଏଥିରେ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ସମ୍ବଲପୂରର ସହକାରୀ ନିୟନ୍ତ୍ରଣ ବିଶ୍ରାନ୍ତ କୁମାର ସେଠି, ଡକ୍ଟର ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ ଓ ଜିଲା ଉପଭୋକ୍ତା ବିବାଦର ସମାଧାନ ଫୋରମ୍ କାର୍ଯ୍ୟାଳୟର ସଭାପତି ରମାକାନ୍ତ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories