ସମ୍ବଲପୁର: ଗତ ୨୭ ତାରିଖରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ମହିଳା ଚିତ୍ରଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳାକୃତି ଗୁଡିକୁ ନେଇ ଆୟୋଜିତ ସ୍ୱତନ୍ତ୍ର ଚିତ୍ରକଳା ପ୍ରଦର୍ଶନୀ ଦୁର୍ଗା ସିଜନ – ୨ ସମ୍ବଲପୁର ଶନିବାର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ରିଂ ରୋଡ କଡରେ ଅବସ୍ଥିତ ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଥିବା ଉଦଯାପନୀ କାର୍ଯ୍ୟକ୍ରମରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରାୟଶ୍ରୀ ବରାଲ, ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ତପସ୍ୱିନୀ ଗୁରୁ ଓ ଜିଲା ରେଡକ୍ରସ ସୋସାଇଟିର ଭାଇସ ଚେୟାରମେନ ପ୍ରଭାତି ସେଠ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଏଥିରେ ପଶ୍ଚିମ ଓଡ଼ିଶାର ୬ଟି ଜିଲାରୁ ଆସିଥିବା ଚିତ୍ରଶିଳ୍ପୀ ମାନଙ୍କର ୫୦ଟି ଚିତ୍ରକଳା କୃତି ଗୁଡିକ ପ୍ରଦର୍ଶନ କରାଯାଇଛି। ବନ୍ଦନା ଆର୍ଟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀକୁ ବନ୍ଦନା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା।
Popular Categories



