www.samajalive.in
Saturday, December 6, 2025
19.1 C
Bhubaneswar

ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ ସମୀକ୍ଷା କଲେ ମନ୍ତ୍ରୀ

ଗୋପାଳପୁର: ଉତ୍କଳୀୟ ପରମ୍ପରାର ଅନନ୍ୟ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ବେଳାଭୂମିରେ ଆୟୋଜିତ ହେବାକୁ ଥିବା “ବୋଇତ ବନ୍ଦାଣ ମହୋତ୍ସବ” ନେଇ ଆଜି ଗୋପାଳପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଶୁକ୍ରବାର  ଅନୁଷ୍ଠିତ ହେବାକୁ ଥିବା “ବୋଇତ ବନ୍ଦାଣ ମହୋତ୍ସବ” ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ପ୍ରାତଃ ୩ ଘଟିକା ସମୟରେ “ସାଧବ ସାଂସ୍କୃତିକ ସମାରୋହ”, ପ୍ରାତଃ ୫ ଘଟିକାରୁ “ବୋଇତ ବନ୍ଦାଣ ମହୋତ୍ସବ”,ପରେ ୭ ଘଟିକାରୁ “ଚିତ୍ତାକର୍ଷକ ଲୋକନାଟ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ”, ଝୋଟି ଓ ହୁଳ ହୁଳି ପ୍ରତିଯୋଗିତା, ଓଡ଼ିଆଣୀ ବେଶ ପ୍ରତିଯୋଗିତା, ୮ ଘଟିକା ସମୟରେ ଓଡ଼ିଆ ଘରର ପାରମ୍ପରିକ ପିଠାପଣା ପ୍ରତିଯୋଗିତା ସହ ୧୦ ଘଟିକା ସମୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ। ଅପରାହ୍ନରେ “କଳିଙ୍ଗର ନୌବାଣିଜ୍ୟ ପରମ୍ପରାରେ ଗଞ୍ଜାମର ଅବଦାନ” ଶୀର୍ଷକ ଆଲୋଚନା ଚକ୍ର ସହ ସ୍ମରଣୀକା “ତଅପୋଇ” ଉନ୍ମୋଚନ ହେବ। ପରେ “ରାମାୟଣ” ଏବଂ  ସଂଧ୍ୟା ୫ ଘଟିକା ୩୦ ସମୟରେ “ମହୋଦଧି ଆଳତୀ” ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଣୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଖୋଦ୍ ଉପସ୍ଥିତ ରହି ଏହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ, ଗୋପାଳପୁର ବନ୍ଦର ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories