www.samajalive.in
Wednesday, December 10, 2025
23.1 C
Bhubaneswar

ସାଈ ଗ୍ରୁପ୍‌‌ ଅଫ୍‌‌ ଆନନ୍ଦ ବିଦ୍ୟାଳୟରେ ଶିଶୁ ଦିବସ

କେନ୍ଦୁଝରଗଡ଼: ସଦର ବ୍ଲକ ପଦ୍ମପୁର ପଞ୍ଚାୟତ ବନାଯୋଡିସ୍ଥିତ ସାଇ ଆନନ୍ଦ ଗ୍ରୁପ ଅଫ ବିଦ୍ୟାଳୟରେ ଗୁରୁବାର ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରମୁଖ କର୍ମକର୍ତ୍ତା ଏକତ୍ରିତ ହୋଇ ବିଦ୍ୟାଳୟରେ ଏହି ଅବସରରେ ଆୟୋଜିତ ସଭାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସେବତୀ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିଚାରଣ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ କିପରି ଆଦର୍ଶ ଛାତ୍ର ଭାବେ ନିଜକୁ ଗଢି ତୋଳିିବେ ସେ ସମ୍ପର୍କରେ ଦିଗଦର୍ଶନ ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କର ନିଜର ପରିବାର ଓ ବିଦ୍ୟାଳୟ ଏବଂ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ କିପରି ସୂଚାରୁ ରୂପେ ପ୍ରତିପାଦନ କରିବେ ସେଥିପ୍ରତି ସେମାନଙ୍କୁ ଅବଗତ କରିବା ସହିତ ଏକ ଉତ୍ତମ ଛାତ୍ରର ଗୁଣାବଳୀକୁ ଅନୁସରଣ କରିବା ପାଇଁ ବିଦ୍ୟାଳୟର ପରିଚାଳକ ସୌରଭ କୁମାର ମହାନ୍ତି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ଓ ପାଠ୍ୟ ଜନିତ ଉପହାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥଲା।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories