୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ଖେଳକୁଦ ପ୍ରତିଯୋଗିତା ଉଦ୍‌‌ଯାପିତ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡା କମ୍ପ୍ଲେକ୍ସ ପରିସରରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ ଭୁବନେଶ୍ୱର ଓ ଜିଲା ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ କେନ୍ଦୁଝର ମିଳିତ ଆନୁକୂଲ୍ୟରେ ରବିବାର ଠାରୁ ଆରମ୍ଭ ହୋଇଥିବା ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ଖେଳକୁଦ ପ୍ରତିଯୋଗିତା ବୁଧବାର ଉଦ୍‌‌ଯାପିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ଗୌରୀରାଣୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌‌ଯାପନୀ ସମାରୋହରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୃଙ୍ଖଳାର ସହିତ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ କର୍ମକର୍ତ୍ତା ଏବଂ ଜାତୀୟସ୍ତରକୁ ଯୋଗ୍ୟ ବିବେଚିତ କ୍ରୀଡାବିତ୍‌‌ ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। କେନ୍ଦୁଝରଗଡ଼଼ ନଗରପାଳ ନିକୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଆମ ଜୀବନରେ କିପରି ମହତ୍ତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଉଦାହରଣ ଦେଇ କ୍ରୀଡାବିତ୍‌‌ ମାନଙ୍କୁ ଉତ୍ସାହିତ କରିଥିଲେ। ଶାରୀରିକ ଶିକ୍ଷା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା ଅନ୍ୟତମ ଅତିଥି ଭାବେ ଯୋଗଦେଇ ୪ଦିନଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିବରଣୀ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଓ ଅଜୟ କୁମାର ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଶିକ୍ଷକ ପ୍ରଥମେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଅନ୍ୱେଷଣ କରି ସେ ଦିଗରେ ଉତ୍କର୍ଷତା ବୃଦ୍ଧି କରାଇବା ପାଇଁ ଉପଦେଶ ଦେଇଥିଲେ।

୧୭ବର୍ଷ ରୁ କମ୍‌‌ ବାଳକ ବର୍ଗରେ ଆୟୋଜକ କେନ୍ଦୁଝର ଜିଲା ଚମ୍ପିୟାନ ହୋଇଥିବା ବେଳେ ଭୁବନେଶ୍ୱର ରନର୍ସଅପ୍‌‌, ୧୭ବର୍ଷରୁ କମ୍‌‌ ବାଳିକା ବର୍ଗରେ ଭୁବନେଶ୍ୱର ଚମ୍ପିୟାନ ହୋଇଥିବା ବେଳେ ଜଗତସିଂହପୁର ଜିଲା ରନର୍ସଅପ୍‌‌, ୧୪ବର୍ଷରୁ କମ୍‌‌ ବାଳକ ବର୍ଗରେ କେନ୍ଦୁଝର ଜିଲା ଚମ୍ପିୟାନ ହୋଇଥିବା ବେଳେ ନବରଙ୍ଗପୁର ଜିଲା ରନର୍ସଅପ୍‌‌, ୧୪ବର୍ଷରୁ କମ୍‌‌ ବାଳିକା ବର୍ଗରେ ଭୁବନେଶ୍ୱର ଚମ୍ପିୟାନ ହୋଇଥିବା ବେଳେ ସୁନ୍ଦରଗଡ଼଼଼ ଜିଲା ରନର୍ସଅପ୍‌‌ ହୋଇ ଅତିଥିଗଣଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଭୁବନେଶ୍ୱରର ଜିତେନ ବାଗ ୧୦୦ମି. ଦୌଡ଼ ପ୍ରତିଯୋଗିତାକୁ ୧୦.୭୪ ସେକେଣ୍ଡରେ ଅତିକ୍ରମ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ବାଂଶପାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୃପ୍ତିମୟୀ ପାତ୍ର, ତେଲକୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ, ଚମ୍ପୁଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ସାହୁ, ହରିଚନ୍ଦନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ, ହାଟଡିହି ଗୋଷ୍ଠୀ ଅଧିକାରୀ ଓଁକାର ଅନ୍ୱେଷ, ଧରଣୀଧର କ୍ରୀଡ଼ା ଛାତ୍ରାବାସ ପରିଚାଳକ ଜିତେନ୍ଦ୍ର ମହାକୁଡ଼, ଡି.ଏନ୍‌‌. ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି, ନରସିଂହ ସ୍ୱାଇଁ ପୋଲିସ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ, ସନ୍ଥେଭଞ୍ଜ ନୋଡାଲ ହାଇସ୍କୁଲ ପଳାଶପଙ୍ଗାର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜନାର୍ଦ୍ଦନପୁରର ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ପରିଡ଼ା ପ୍ରମୁଖ ଏହି ପ୍ରତିଯୋଗିତା ଆୟୋଜନର ସୁପରିଚାଳନା କରିଥିଲେ। ଓଷ୍ଟା କେନ୍ଦୁଝର ସଭାପତି ରଘୁନାଥ ବେହେରା, ଉପ ସଭାପତି ମନ୍ମଥ ମହାନ୍ତ, ଶିକ୍ଷକ ଗୁରୁଦେବ ମହାନ୍ତ, ବିଜୟ କୁମାର ବେହେରା, ସୌଭାଗ୍ୟ ଦାସ, ସୁରେଶ ଚନ୍ଦ୍ର ନାୟକ, ଅଜ୍ଞାନ କୁମାର ଚାନ୍ଦ, କ୍ରୀଡ଼ା ଶିକ୍ଷକ ପ୍ରଦୀପ କୁମାର ବାରିକ, ଜଗବନ୍ଧୁ ମହାନ୍ତ, ରଞ୍ଜନ କୁମାର ମହାନ୍ତ, ସୁରେଶ ଭୂୟାଁ, ଲକ୍ଷ୍ମୀ ନାରାୟଣ ସି, ସୁରେଶ ପଲେଇ, ନିରଞ୍ଜନ ଦେହୁରୀ, କ୍ଷୀରୋଦ ବେହେରା, ସଦାଶିବ ମହାପାତ୍ର, ଲମ୍ବୋଦର ମହାନ୍ତ, ସମରଜିତ ସିଂ, ଦେବାଶିଷ ରାଉତ, ତୃପ୍ତିମୟୀ ବାରିକ, ଜ୍ୟୋତି କମଲ, ଭାଗ୍ୟଶ୍ରୀ ମହାନ୍ତ, ପ୍ରିୟଙ୍କା ମହାନ୍ତ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ସମୟଶ୍ରୀ ଚାଟାର୍ଜୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଫକୀର ମୋହନ ମହାନ୍ତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.