ଜିଲାସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଶସ୍ୟକାଟ ସମ୍ପର୍କିିତ ତାଲିମ
କେନ୍ଦୁଝରଗଡ଼: ୨୦୨୪-୨୫ କୃଷିବର୍ଷ ନିମନ୍ତେ ଜିଲାସ୍ତରୀୟ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଶସ୍ୟ କାଟ ସମ୍ପର୍କିତ ୩ଦିନିଆ ତାଲିମ କାର୍ଯ୍ୟକ୍ରମ କେନ୍ଦୁଝରସ୍ଥ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ୧୧ ତାରିଖ ତାଲିମର ପ୍ରଥମ ଦିବସରେ ଆନନ୍ଦପୁର, କେନ୍ଦୁଝର ସଦର, ବାଂଶପାଳ, ପାଟଣା ଓ ସାହରପଡ଼ାର ୭୧ ଜଣ, ୧୨ ତାରିଖ ଦ୍ୱିତୀୟ ଦିବସରେ ଯୋଡା, ଘଟଗାଁ, ଘଷିପୁରା ଓ ହାଟଡିହିର ୭୭ଜଣ ଏବଂ ୧୩ ତାରିଖ ତୃତୀୟ ଦିବସରେ ଚମ୍ପୁଆ, ହରିଚନ୍ଦନପୁର, ଝୁମ୍ପୁରା ଓ ତେଲକୋଇର ୬୯ଜଣଙ୍କୁ ମିଶାଇ ମୋଟ ୨୧୭ଜଣଙ୍କୁ ତାଲିମ ଦିଆଯାଇଛି।
ଏହି ତାଲିମ କର୍ଯ୍ୟରେ ଶସ୍ୟ କାଟ ନିମନ୍ତେ ନିୟୋଜିତ ହେଇଥିବା ଜିଲାର ସମସ୍ତ ବ୍ଲକର ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ଅମିନ, କୃଷି ପରିଦର୍ଶକ, ଭିଏଡବ୍ଲ୍ୟୁ, ପରିସଂଖ୍ୟାନ କ୍ଷେତ୍ର ନୀରୀକ୍ଷକ, ସର୍ଭେୟର ପ୍ରମୁଖ ଯୋଗ ଦେଇଥିଲେ। ଜିଲର ସମସ୍ତ ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ୟୁନିଟରେ ଚଳିତ କୃଷି ବର୍ଷରେ ମୋବାଇଲ ଆପ ମାଧ୍ୟମରେ ଶସ୍ୟ କାଟ ହୋଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ବିଗତ ୨୦୧୬-୧୭ କୃଷିବର୍ଷରୁ କାର୍ଯ୍ୟକାରୀ ହୋଇଆସୁଛି। ଏହି ତାଲିମ କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ କୃଷି ଅଧିକାରୀ ପର୍ଶୁରାମ ବେହେରା ଓ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଗଜେନ୍ଦ୍ର କୁମାର ବେହେରା ଯୋଗଦେଇ ସମସ୍ତ ତାଲିମ ଗ୍ରହଣକାରୀଙ୍କୁ ଏହି ତାଲିମ ନେଇ କ୍ଷେତ୍ରରେ ସଠିକ୍ ଶସ୍ୟକାଟ କରି ଫର୍ମ-୮ରେ ରିପୋର୍ଟ ପ୍ରଦାନ କରିବାକୁ ପରାମର୍ଶ ଦେବାସହ ଏହି ମହତ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।
ଜିଲା ପ୍ରଶାସନ ଓ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ସହଯୋଗ ଏବଂ କେନ୍ଦୁଝରସ୍ଥ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମକୁ ମାଷ୍ଟରଟ୍ରେନର ଭାବେ ପରିସଂଖ୍ୟାନ ଅଧିକାରୀ ପବିତ୍ର ମୋହନ ନାୟକ, କେନ୍ଦୁଝର ବ୍ଲକ କୃଷି ଅଧିକାରି ସୁଶାନ୍ତ ପଣ୍ଡା, ଆନନ୍ଦପୁର ବ୍ଲକ କୃଷି ଅଧିକାରି ଜୟନ୍ତ କୁମାର ଦାସ, ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ଫ୍ୟୁଚର ଜେନେରାଲି ଇନସୁରାନ୍ସ ଜିଲା ସଂଯୋଜକ ସୌଭାଗ୍ୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ। ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ପରିସଂଖ୍ୟାନ ଅଧିକାରୀ ଚନ୍ଦ୍ରମୋହନ ସିଂହ, ଅନୁପମା ପାତ୍ର, ଅନୁସନ୍ଧାନକାରୀ ବିନ୍ଦିଆ ମୁଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Comments are closed.