www.samajalive.in
Saturday, December 6, 2025
23.1 C
Bhubaneswar

ଦୁଷ୍କର୍ମ ଉଦ୍ୟମକାରୀକୁ ୨ବର୍ଷ ଜେଲ୍‌‌

କେନ୍ଦୁଝରଗଡ଼: ଜଣେ ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍‌‌ ଦଣ୍ଡାଦେଶ କରିଛନ୍ତି। ବଡବିଲ ଥାନା ଅଧିନ ସାଧୁସିଂ ହଟିଂର ପୂର୍ଣ୍ଣ ତନ୍ତୀ ଓ ତା’ର ସ୍ତ୍ରୀ ସହ ୧୪ବର୍ଷର ନାବାଳିକା ଓ ତା’ର ସାନଭଉଣୀ ୧୨ ଫେବୃୟାରୀ ୨୦୨୦ ସକାଳ ପ୍ରାୟ ୯ଟାରେ ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିଲେ। ସାଙ୍ଗରେ ଯାଇଥିବା ୧୪ବର୍ଷର ନାବାଳିକାକୁ ପୂର୍ଣ୍ଣ ତନ୍ତୀ ଜାଳେଣୀ କାଠ ସଂଗ୍ରହ କରିଦେବା କହି ଜଙ୍ଗଲ ଭିତରକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିବାରୁ ନାବାଳିକା ଜଣକ ଚିତ୍କାର କରିବାରୁ ସଙ୍ଗରେ ଯାଇଥିବା ପୂର୍ଣ୍ଣର ପତ୍ନୀ ଓ ପୀଡିତାର ସାନଭଉଣୀ ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ଜଣକ ଦୁଷ୍କର୍ମ ଉଦ୍ୟମ ସମ୍ପର୍କରେ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ କହିଥିଲା। ଏ ସମ୍ପର୍କରେ ପୀଡିତାଙ୍କ ପରିବାର ପକ୍ଷରୁ ବଡବିଲ ଥାନାରେ ଅଭିଯୋଗ ହେବାପରେ ପୁଲିସ ଅଭିଯୁକ୍ତ ପୂର୍ଣ୍ଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ପୂର୍ଣ୍ଣ ତନ୍ତୀକୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଆଦେଶ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories