www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ବସ ପୁନଃ ଚଳାଚଳ ପାଇଁ ଦାବି

ପାଟଣା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ଟଙ୍କାରେ ଗ୍ରାମାଞ୍ଚଳରୁ ବ୍ଲକ୍ ମୁଖ୍ୟାଳୟକୁ ସାଧାରଣ ଲୋକ ମାନେ ଯିବା ଆସିବାପାଇଁ ଲକ୍ଷ୍ମୀ ବସ ସେବା ସାରା ରାଜ୍ୟରେ ଆରମ୍ଭ କରିଥିଲେ। ବିଜେପି ସରକାର ରାଜ୍ୟରେ ଆସିବା ପରେପରେ ଏହାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍ ସେବା ରଖିଥିଲେ। ସୂଚନା ଯୋଗ୍ୟ ଯେ ପାଟଣା ବ୍ଲକରୁ ଚେମଣା ଗ୍ରାମ ପଞ୍ଚାୟତର ଚିଲିଦା ଗ୍ରାମକୁ ଚାରିଥର ଲେଖାଏଁ ଏହି ଯିବା ଆସିବା କରୁଥିଲା। ଦୁଃଖର ବିଷୟ ଗତ ଦୁଇମାସ ହେଲା ଉକ୍ତ ବସ୍ ରାଜନଗର ଗ୍ରାମରୁ ପାଟଣାକୁ ଫେରି ଯାଉଛି। ଫଳରେ ଚିଲିଦା, ଅଙ୍ଗିକଳା, ରେଙ୍ଗାଳବେଡା, ଦାଶରଥିପୁର, ବଳିଆପଶି, ବରୁଡିପଶି, କୋଡଖମଣ, ପଦ୍ମକେଶରପୁର, ଭୃଙ୍ଗରାଜପଶି, ନୂଆଖମଣ ଏବଂ ବଳଭଦ୍ରପୁର ନୂଆଗାଁ ଗ୍ରାମର ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୃଙ୍ଗରାଜପଶି ଏବଂ ଚିଲିଦା ଗ୍ରାମରେ ଲକ୍ଷ୍ମୀ (ମୁଖ୍ୟମନ୍ତ୍ରୀ ବସ୍ ସେବା) ବସଷ୍ଟାଣ୍ଡ ନିର୍ମାଣ କରାଯାଇଅଛି। ପାଟଣା ବିଡ଼ିଓଙ୍କୁ ପୁନଃ ଚଳାଚଳ ପାଇଁ ଦାବି କରାଯାଇଥିଲା। ଏବେ ସୁଦ୍ଧା ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଇନାହିଁ। ଅତି ଶୀଘ୍ର ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରା ନଗଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାବି ଜଣାଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories