www.samajalive.in
Friday, December 12, 2025
26.1 C
Bhubaneswar

ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଗୁରୁଡ଼ିଝାଟିଆ: ଆଠଗଡ଼଼ ବ୍ଲକ ଉଚ୍ଚ ବିଦ୍ୟାଳୟ ସମୂହର ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ ମାଧବପୁରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଠିକଣା ଓ ସଠିକ୍‌‌ ଢଙ୍ଗରେ ଗଢିତୋଳି ସମାଜରେ ଭଲ ଓ ବଡ ମଣିଷ ହେବା କ୍ଷେତ୍ରରେ ପ୍ରଧାନଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ନିଷ୍ଠା, କର୍ତ୍ତବ୍ୟବୋଧ ସଂପର୍କରେ ଆଲୋକପାତ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ୱେତପଦ୍ମା ମହାନ୍ତି ବିଦ୍ୟାଳୟ ପକ୍ଷରୁ ଆଗନ୍ତୁକ ସମସ୍ତ ପ୍ରଧାନଶିକ୍ଷକ ଙ୍କୁ ସ୍ୱାଗତ କରିବା ସହିତ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ, ଶ୍ରେଣୀ ପ୍ରକୋଷ୍ଠ, ବିଦ୍ୟାର୍ଥୀଙ୍କୁ ଆଗକୁ ବଢ଼ିବା ପାଇଁ ନିଆଯାଉଥିବା କ୍ରିଡା, ସାଂସ୍କୃତିକ ପଦକ୍ଷେପ ସଂର୍ପର୍ରେ ବୁଝାଇବା ସହ ବୁଲାଇ ଦେଖାଇଥିଲେ। ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୌମେନ୍ଦ୍ର କୁମାର ପଣ୍ଡା, ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଦିପ୍ତୀମୟୀ ସାହୁ, ବାଳି ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଅଶୋକ କୁମାର ବେହେରା, ଘଣ୍ଟିଖାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ହରେକୃଷ୍ଣ ବିଶ୍ୱାଳ ଙ୍କ ସହିତ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାକ୍ଷେତ୍ରରେ ବ୍ଲକର ଉତ୍କର୍ଷତା ପ୍ରତିପାଦନ କରିବା କ୍ଷେତ୍ରରେ ମାନସ ମନ୍ଥନ କରିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories