www.samajalive.in
Thursday, December 11, 2025
27.1 C
Bhubaneswar

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପ୍ରଶାସନିକ ସେବା ପରୀକ୍ଷାରେ କୃତି ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଚଉଠିଆ ଠାରେ ରହିଥିବା ବରିଷ୍ଠ ନାଗରିକ ମଂଚ ତରଫରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୨ରେ କୃତିତ୍ୱ ଅର୍ଜନ କରିଥିବା ପ୍ରାର୍ଥୀମାନଙ୍କ ଚଉଠିଆରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଭାକାର୍ଯ୍ୟ ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ବରିଷ୍ଠ ନାଗରିକ ମଂଚ ର ସଭାପତି ଜନାର୍ଜନ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡ଼ା ଯୋଗଦାନ କରିଥିଲେ। ଶ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଲେ ଯେ ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ୱ ଲାଭ କରିଥିବା ପ୍ରାର୍ଥୀମାନେ ସେବା ମନୋବୃତି ନେଇ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେବା ସହିତ ସବୁ ବର୍ଗର ଜନସାଧାରଣଙ୍କୁ ସମାନ ଦୃଷ୍ଟିରେ ଦେଖିବା ତା ସହିତ ଜନସାଧାରଣଙ୍କ ନିକଟତର ହେବା ସହିତ ଜନହିତକର କାର୍ଯ୍ୟକୁ ଆପଣାଇ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଅକ୍ଷୟ ମହାନ୍ତ, ଡମ୍ବରୁଧର ମହାନ୍ତ, ଦିବାକର ମହାନ୍ତ, ସୋମନାଥ ମହାନ୍ତ, ଖଗେଶ୍ୱର ମହାନ୍ତ ପ୍ରମୁଖ ଯୋଗଦାନ କରି ପ୍ରଶାସନିକ ସେବାକୁ କିପରି ସୁପରିଚାଳିତ କରିବେ ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କେନ୍ଦୁଝର ଜିଲାରୁ କୃତିତ୍ୱ ଲାଭ କରିଥିବା ଅମରେଶ କର, ଦେବାଶିଷ ଜେନା, ଦେବେନ୍ଦ୍ରରାଜ ପାତ୍ର ଏବଂ ପ୍ରିୟଦର୍ଶନୀ ନାଏକଙ୍କୁ ବରିଷ୍ଠ ନାଗରିକ ମଂଚ ତରଫରୁ ଉପଢୌକନ ସହିତ ମାନପତ୍ର ଦେଇ ସମ୍ମାନିତ କରିଥିଲେ। କୃତି ପ୍ରାର୍ଥୀ ମାନେ ତାଙ୍କ ଅଭିଭାଷଣରେ କିପରୀ ସେମାନେ ଏହି ସ୍ତରକୁ ପହଚିଂ ପାରିଛନ୍ତି ତାଙ୍କ ସଂର୍ଘଷମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା ସହିତ ପରିଚାଳନା କରିଥିଲେ ଡ.ପଦ୍ମଲୋଚନ ମହାନ୍ତ, କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାର୍ଦ ଅର୍ପଣ କରିଥିଲେ ବରିଷ୍ଠ ନାଗରିକ ମଂଚର ସଂପାଦକ କାଶିନାଥ ମହାନ୍ତ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ବରିଷ୍ଠ ନାଗରିକ ମଂଚର ସଦସ୍ୟ ଅକ୍ଷୟ ମହାନ୍ତ, କୌଳାଶ ତନ୍ତ୍ରୀ, ଭଗବାନ ନାଏକ, ଗୋବିନ୍ଦ ମହାନ୍ତ, କୁମୁଦ ବନ୍ଧୁ ନାୟକ, ଡମ୍ବରୁଧର ମହାନ୍ତ, ଇନ୍ଦ୍ରମଣି ବେହେରା, ମଙ୍ଗଳୁ ଚରଣ ମହାନ୍ତ, ଯୂଧିଷ୍ଠିର ସାହୁ, ଆତ୍ରତ୍ରାଣ ପ୍ରଧାନ ପ୍ରମୁଖ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories