www.samajalive.in
Sunday, December 14, 2025
23.1 C
Bhubaneswar

ଦୁଃଖରେ ସୁଖରେ ସାହା ସାଜିଛି ଭରସା ପରିବାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ବଡଜାମୁପଶି ଗ୍ରାମର ସନୁ ମୁଣ୍ଡାଙ୍କ ଦୁଇ ପୁଅ କୁନା ମୁଣ୍ଡା ଓ ମୁନା ମୁଣ୍ଡା ବିବାହ ପରେ ସୁଖ ଦୁଃଖରେ ଘର ସଂସାର ଚଳାଉଥିବା ସମୟରେ କୌଣସି କାରଣରୁ କୁନା ଓ ମୁନାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ବାମୀଙ୍କର ମୃତ୍ୟୁପରେ ନିଜର ଦୁଇ ପିଲାଙ୍କୁ ଛାଡ଼ି ସେମାନଙ୍କ ପତ୍ନୀ ଦ୍ୱୟ ମଧ୍ୟ ଘର ଛାଡ଼ି ଚାଲି ଯାଇଥିଲେ। ଘରେ ଥିବା ଜେଜେ ବାପା ମଧ୍ୟ ନିକଟରେ ମୃତ୍ୟୁବରଣ କରିବା ପରେ କୁନା ମୁଣ୍ଡା ଓ ମୁନା ମୁଣ୍ଡାଙ୍କ ଦୁଇ ନାବାଳକ ସନ୍ତାନଙ୍କ ପାଖରେ କେହି ନଥିବାରୁ ଗ୍ରାମବାସୀ ମାନେ ଭରସା ପରିବାରକୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଖବର ପାଇ ଭରସା ପରିବାର ଓଡ଼ିଶା କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ମହାନ୍ତ, ତୁଳସୀ ମହାନ୍ତ, ପପୁ ନାୟକ ଅନୀଲ କୁମାର ବେହେରା, କୁନୁ ବେହେରା, ମିଥୁନ ବେହେରା, ମନୋଜ ବେହେରା, ସୌମ୍ୟ ରଞ୍ଜନ ଦାସ, ସମୀର କୁମାର ଦାସ, ପରେଶ୍ ନାୟକ, ଜଗଦୀଶ ନାୟକ, ରଣଜୀତ ନାୟକ, ଟୁନା ନାୟକ ଓ ଦଶରଥ ବାରିକଙ୍କ ଉପସ୍ଥିତି ରେ ଉକ୍ତ ଦୁଇ ସନ୍ତାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବା ସହ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories