www.samajalive.in
Saturday, December 6, 2025
16.1 C
Bhubaneswar

ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ମୌଳିକ ସମସ୍ୟା ଦୂର ପାଇଁ ଦାବୀ

ଫୁଲବାଣୀ: ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ସଙ୍ଘର ଉପଦେଷ୍ଟା ନୀଳମାଧବ ସାହୁ, ମାନସ ରଞ୍ଜନ ଆଚାରୀ, ସରୋଜ କୁମାର ନାୟକ ଓ ରାଜ୍ୟ ସଂଘର ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଉପସ୍ଥିତ ରହି ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ। ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ ପରେ ପୂର୍ବତନ ରାଜ୍ୟ ସରକାର ଖୁବ ଶୀଘ୍ର ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନ୍ୟାୟ ପ୍ରଦାନ ପରିବର୍ତ୍ତେ କୌଣସି କାରଣ ନଥାଇ ବିଭିନ୍ନ ବିଭାଗରେ ୬ ରୁ ୧୬ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ ସେବା ଯୋଗାଇ ଥିବା କର୍ମଚାରୀ ମାନଙ୍କୁ ଚାକିରିରୁ ଛଟେଇ କଲେ ବୋଲି ଅଭିଯୋଗ କରିଛି ସଙ୍ଘ। ବିଶ୍ବ ମହାମାରୀ କୋଭିତ ସମୟରେ ଏହି ଆଉଟ ସୋର୍ସିଙ୍ଗ କର୍ମଚାରୀ ଦିନରାତି ପରିଶ୍ରମ କରି କାମ କରୁଥିବା ବେଳେ ଗୃହ ବିଭାଗ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ଉପରେ ନିଷେଧାଦେଶ ଜାରୀ କଲେ। ପରିଣାମ ସ୍ବରୂପ ରାଜ୍ୟର ଚାରି ହଜାରରୁ ଅଧିକ କର୍ମଚାରୀ ଚାକିରିରୁ ଛଟେଇ ହେଲେ। ଅନ୍ୟ ପଟେ ମାତ୍ର ୨୫% ଦରମା ବୃଦ୍ଧି ଘୋଷଣା କଲେ, ଯାହାକି ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଆଜି ଯାଏ ମିଳିଲା ନାହିଁ ବୋଲି ସଙ୍ଘ କହିଛି। ଏହାସହ ୩୦ ଦିନର ଦରମା ଛୁଟିରୁବି ବଞ୍ଚିତ ହେଲେ। ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବାବେଳେ ଏହି କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଉଭୟ ବିଧାନ ସଭାରେ ଓ ବାହାରେ ଦାବୀ ଉପସ୍ଥାପନ କରିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ବିଚାର କରି ଆଉଟସୋସିଂ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ସଙ୍ଘ ଆଶା ପ୍ରକାଶ କରିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories