Patra electronics

ଗଞ୍ଜେଇ ସହିତ ଦେଶୀ ବନ୍ଧୁକ ଜବତ, ୪ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ବୈକୁମ୍ପା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଖଜୁରୀପଡା ପୋଲିସ ପହଁଞ୍ଚି ଚାରିଜଣଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ନଗଦ ପାଞ୍ଚ ହଜାର ଦୁଇ ସହ ଟଙ୍କା, ଗୋଟିଏ ନାଲି ରଙ୍ଗର ବାଜାଜ ପଲସର ବାଇକ, ଗୋଟିଏ ମୋବାଇଲ ସହିତ ଦୁଇଟି ବ୍ୟାଗରେ ତେଇଶି କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଗିରଫ ମାନେ ହେଲେ ବୈକୁମ୍ପା ଟିକିରା ସାହିର ବିଜୟ କହ୍ନର, ଖଲିବେରେଣା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ , ସଦର ଥାନା କୁଣ୍ଡାପଥର ଗ୍ରାମର ଭରତ ଦଳେଇ ଏବଂ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଟିଟାଙ୍ଗପଡ଼ା ଗ୍ରାମର କୁନା ମଲିକ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଖଜୁରୀପଡା ଥାନା ଅଧିକାରୀ ଚାପଧାରୀ ପ୍ରଧାନ।

Comments are closed.