ଆଶା ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ମହିଳା ସଚେତନତା

ପାଟଣା: ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଆଶା ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ମାଛଗଡ ପଞ୍ଚାୟତରେ ମହିଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରତ୍ନାକର ମହାନ୍ତ ଯୋଗଦାନ କରିଥିଲେ। ଯୁବତୀ ମାନଙ୍କ ମାସିକ ଋତୁସ୍ରାବ ଉପରେ ସଚେତନତା ସହ ଆଲୋଚନା କରାଯାଇ ଥିଲା। ଏଥି ନିମନ୍ତେ ସ୍ବାସ୍ଥ୍ୟ ଅମୃତ ଯୋଜନା ଆଶା ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ମହିଳା ଯୁବତୀ ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ସହ ପ୍ୟାଡ଼ ପ୍ୟାକେଟ୍ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଶା ଚାରିଟେବୁଲ ଟ୍ରଷ୍ଟର କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ ମିତ୍ର ଗୌତ୍ତମ ମହାନ୍ତ, ସାହାରପଡା ବ୍ଲକ ମିତ୍ର କାଦମ୍ବିନୀ ମହାନ୍ତ, ମାଛଗଡ଼ ପଞ୍ଚାୟତ ମିତ୍ର କୁମୁଦିନୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାହାରପଡା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ଶତାଧିକ ମହିଳା, ଯୁବତୀଙ୍କୁ ସ୍ୱାସ୍ଥ୍ୟ ଅମୃତି ଯୋଜନା ଆଶା ଚାରିଟେବୁଲ ଟ୍ରଷ୍ଟର ପକ୍ଷରୁ ସଚେତନତା ସହ ସ୍ବାସ୍ଥ୍ୟ କାର୍ଡ ସହ ପ୍ୟାଡ଼ ପ୍ରଦାନ କରାଯାଇଛି।

Comments are closed.