ପ୍ଲାଷ୍ଟିକ୍‌‌ ଚାଉଳ ନୁହେଁ ଭିଟାମିନ ଚାଉଳ, ପିଡିଏସ ଚାଉଳ ଖାଇ ୩୦ ଆକ୍ରାନ୍ତ ଅଭିଯୋଗ

କୋରାଇ: କୋରାଇ ବ୍ଲକର କେତେକ ପଞ୍ଚାୟତରେ ପିଡିଏସ୍‌‌ ଚାଉଳ ଖାଇ ବହୁଲୋକ ଆକ୍ରାନ୍ତ ହୋଇଥିବା ଘଟଣା ପଦାକୁ ଆସିବା ପରେ ତାରାକୋଟ ପଞ୍ଚାୟତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ତାରାକୋଟ ପଞ୍ଚାୟତ ତାରାକୋଟ ଏବଂ ବାଜିକଣାସାହିର ୩୦ ଜଣ ବସ୍ତି ବାସିନ୍ଦା ପିଡିଏସ୍‌‌ ଚାଉଳ ଖାଇ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ତାରାକୋଟ ପଞ୍ଚାୟତର କିଛିଲୋକ ଡିଲର ତ୍ରିଲୋଚନ ସାହୁଙ୍କ ଠାରୁ ଚାଉଳ ଆଣିଥିବା ବେଳେ କିଛି ଲୋକ ଡିଲର ରଞ୍ଜିତ ସିଂଙ୍କ ଠାରୁ ଆଣିଥିଲେ। ଉଭୟ ଡିଲରଙ୍କ ଠାରୁ ୮ ଶହରୁ ଊର୍ଦ୍ଧ୍ବ ଲୋକ ଚାଉଳ ନେଇଥିବା ବେଳେ ପଞ୍ଚାୟତର ତାରାକୋଟ ଏବଂ ବାଜିକୋଣାସାହିର ୩୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଯୋଗାଣ ବିଭାଗ ଏହାକୁ ଖଣ୍ଡନ କରିବା ସହିତ ପିଡିଏସ୍‌‌ ଚାଉଳରେ ଭିଟାମିନ୍‌‌ ଚାଉଳ ମିଶାଇ ଦିଆଯାଉଥିବା ସଫେଇ ଦେଇଛି। ଏନେଇ ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ଲାଷ୍ଟିକ୍‌‌ ଚାଉଳ ଏକ ଗୁଜବ ବୋଲି କହିବା ସହିତ କିଛିଦିନ ବ୍ୟବହାର ପରେ ଏହା ଲୋକଙ୍କ ଦେହସୁହା ହୋଇଯିବ ବୋଲି କହିଛନ୍ତି। ଭିଟାମିନ୍‌‌ ଚାଉଳ ସ୍ୱାସ୍ଥ୍ୟପକ୍ଷେ ହିତକର ହୋଇଥିବା ବେଳେ ପ୍ରତି ଏକ କେଜି ସାଧାରଣ ଚାଉଳରେ ଶହେ ଗ୍ରାମର ଭିଟାମିନ୍‌‌ ଯୁକ୍ତ ଚାଉଳ ମିଶାଇ ଲୋକଙ୍କୁ ଦିଆଯାଉଛି। ଅପପୁଷ୍ଟିଦୂର କରିବା ଏବଂ ଲୋକଙ୍କୁ ଆବଶ୍ୟକ ଭିଟାମିନ୍‌‌ ଦିଆଯିବାକୁ ସରକାର ଏଭଳି ବ୍ୟବସ୍ଥା କରିଥିବା ବେଳେ ଏହା କୌଣସି ପ୍ଲାଷ୍ଟିକ୍‌‌ ଚାଉଳ ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି।

kalyan agarbati

Comments are closed.