www.samajalive.in
Saturday, December 6, 2025
26.1 C
Bhubaneswar

ଖାଉଟିଙ୍କୁ ବାଧିଲାଣି ବଜାର ଦର, ହଜାରେ ଟଙ୍କାରେ ପୁରୁନାହିଁ ବ୍ୟାଗ

ବୌଦ୍ଧ: ବଜାର ଦରକୁ ଦେଖି ରାଜ୍ୟର ସାଧାରଣ ଖାଉଟିଙ୍କ ଆଖିରେ ଲୁହ। ପନିପରିବା ଦର ଏହିପରି ଯେ, ହଜାରେ ଟଙ୍କା ନେଇ ବଜାର ଗଲେ ବ୍ୟାଗ ପୁରିବା କଷ୍ଟକର ହୋଇପଡୁଛି। ପ୍ରାୟ ଏକ ସପ୍ତାହ ହେଲା ଲଗାଣ ବର୍ଷା ଯୋଗୁଁ ପନି ପରିବା ଚାଷୀ ସଂପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ବୌଦ୍ଧ ଭଳି କୃଷିଭିତିକ ଜିଲାରେ ଗୋଟିଏ ମଧ୍ୟ ଶୀତଳ ଭଣ୍ଡାର ନଥିବାରୁ ପ୍ରତିଦିନ ବାହାର ବଜାରରୁ ପନି ପରିବା ଆସିଲେ ଯାଇ ଜିଲାରେ ଖାଉଟିଙ୍କ ଚୁଲି ଜଳିବା ଅବସ୍ଥା ସୃଷ୍ଟି ହେଲାଣି। ବୌଦ୍ଧରେ ଚଳିତବର୍ଷ ପନି ପରିବା ଦର ରେକର୍ଡ ସୃଷ୍ଟି କରିଛି। ସରକାର ୩୨ ଟଙ୍କାରୁ ଅଧିକ କେହି ଆଳୁ ବିକ୍ରୟ କରିପାରିବେ ନାହିଁ ବୋଲି ଯେତେ କଟକଣା ଜାରି କଲେ ମଧ୍ୟ ବଜାରରେ ଆଳୁ କିଲୋକୁ ୫୦ ଟଙ୍କାରେ ବିକ୍ରୟ ହେଉଅଛି। ସେହିପରି ଟମାଟ ୬୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ପିଆଜ ୫୦ ଟଙ୍କା, କୋବି ୧୦୦ ଟଙ୍କା, ଲଙ୍କା ୨୦୦ ଟଙ୍କା ରେ ବିକ୍ରୟ ହେଉଅଛି। ସ୍ଥାନୀୟ ଚାଷୀମାନେ ଚାହିଦା ମୁତାବକ ବଜାରକୁ ପନି ପରିବା ଯୋଗାଇବାରେ ଅକ୍ଷମ ଥିବାବେଳେ ସଂପୁର୍ଣ୍ଣ ବଜାର ଏବେ ଦଲାଲଙ୍କ ନିୟନ୍ତ୍ରଣରେ ରହିଛି। ପରିବା ଦର ନିୟନ୍ତ୍ରଣରେ ପ୍ରଶାସନ ସଂପୁର୍ଣ୍ଣ ବିଫଳ ହୋଇଥିବାବେଳେ ଦଲାଲଙ୍କ ମୁହଁରୁ ଯେଉଁଦିନ ଯାହା ବାହାରିଲା ତାହା ବଜାର ଦର ଭାବରେ ଲାଗୁ କରାଯାଉଅଛି। ଫଳରେ ଅନେକ ସମୟରେ ସାଧାରଣ ଖାଉଟି ଓ ପରିବା ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଥିବା ଦେଖାଯାଉଅଛି। ପନିପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାବେଳେ ପବିତ୍ର ଶ୍ରାବଣ ମାସରେ ମଧ୍ୟ ଖାଉଟିଙ୍କ ମଧ୍ୟରେ ଆମିଷ ଭୋଜନର ଚାହିଦା ବଢ଼ିବାରେ ଲାଗିଛି। ଆଗକୁ ବଜାରରେ ପନିପରିବା ଦର ଉପରେ ସରକାରୀ ନିୟନ୍ତ୍ରଣ ନରହିଲେ ଖାଉଟିଙ୍କ ପାଇଁ ପରିସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ପ୍ରକାଶ ପାଇଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories