www.samajalive.in
Saturday, December 6, 2025
26.1 C
Bhubaneswar

ଛତ୍ରଙ୍ଗ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

ବୌଦ୍ଧ: ତାଲୁକ ଆଇନସେବା କମିଟି ହରଭଙ୍ଗା ପକ୍ଷରୁ ଶନିବାର ଦିନ ହରଭଙ୍ଗା ବ୍ଲକର ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବେ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ପ୍ରିତିଶ କୁମାର ସାମଲ ଯୋଗ ଦେଇ ଶିଶୁମାନଙ୍କ ପ୍ରତି ଆଇନରେ ଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହା ସହ ଶିଶୁ ମାନଙ୍କ ପାଇଁ ଆଇନରେ ଥିବା ସୁରକ୍ଷା ଓ ଯତ୍ନ ଉପରେ ପ୍ରୋଜେକ୍ଟ ମାଧ୍ୟମରେ ଦଣ୍ଡାଧିଶ ଶ୍ରୀ ସାମଲ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି ସଚେତନତା ଶିବିରରେ ଆଇନଜୀବୀ ବନମାଳି ଦାସ, ଶିକ୍ଷକ ନିରଂଜନ ଆଚାର୍ଯ୍ୟ, ଏଏସଆଇ ଜିତେନ୍ଦ୍ର ମେହେର, କୋର୍ଟ କର୍ମଚାରୀ ସୁମନ୍ତ ପ୍ରଧାନ, ପ୍ରଭୁଦତ୍ତ ଛତ୍ରିଆ, ଜିତେନ୍ଦ୍ର ପ୍ରଧାନ, ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories