www.samajalive.in
Saturday, December 6, 2025
23.1 C
Bhubaneswar

ମେଗା ରକ୍ତ ଦାନ ଶିବିର, ୧ଶହ ୟୁନିଟ ରକ୍ତ ସଂଗ୍ରହ

ଧାମରା: ଧାମରା ନିକଟସ୍ଥ ଜାଗୁଳା ପଂଚାୟତ ହାଇସ୍କୁଲରେ ପରିସରରେ ତ୍ରିଲୋଚନ ଫାଉଣ୍ଡେସନ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଧାମରା ମେଡିକାଲର ଡା.ଜନ୍ମେଞୟ ବେହେରା ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଏହି ମେଗା ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସେ ନିଜର ଅଭିଭାଷଣରେ ରକ୍ତଦାନ ମହତ ଦାନ, ଆଜି ଭଳି ଦିନରେ ସମସ୍ତେ ସ୍ୱେଛାକୃତ ଭାବେ ରକ୍ତଦାନ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଭଦ୍ରକ ବ୍ଲଡ ବ୍ୟାଙ୍କ ତରଫରୁ ରତିକାନ୍ତ ବଳ, ମଙ୍ଗୁଳି ପ୍ରଧାନ, ମନିଷ ଜେନା, ରଘୁନାଥ ପଣ୍ଡା, ମାନଓ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ବେଳେ ତ୍ରିଲୋଚନ ପ୍ରଧାନ ପାଉଣ୍ଡେସନ ର ଫାଉଣ୍ଡର ତ୍ରିଦିବେଶ ପ୍ରଧାନ ନିଜର ଅଭିଭାଷଣରେ ଯୁବ ସମାଜ ସମୟକୁ ସମୟ ମଧ୍ୟରେ ରକ୍ତଦାନ କରିପାରିଲେ ଆଗାମୀ ଦିନରେ ରକ୍ତର ଅଭାବ ରହିବ ନାହିଁ ବୋଲି ମତ ରଖିଥିଲେ। ଏହି ମେଗା ରକ୍ତଦାନ ଶିବିରରେ ୧ଶହ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ମେଗା ରକ୍ତଦାନ ଶିବିରକୁ ତ୍ରିଲୋଚନ ପ୍ରଧାନ ଫାଉଣ୍ଡେସନ ତରଫରୁ ତ୍ରିଦିବେଶ ପ୍ରଧାନ, ଦୀପକ ବେହେରା, ମନୋରଞନ ଲେଙ୍କା, ବିପିନ ବେହେରା. ପ୍ରଦ୍ୱୀପ ସେଠୀ, ସୁନାକର ସେଠୀ, ଗ୍ୟାନରଞନ ମଲିକ, ଅମିତ ବେହେରା, ରାଜକୁମାର କାଣ୍ଡାର, ବସନ୍ତ ଖିଲାର, ପର୍ଶୁରାମ ସେଠୀ, ଚନ୍ଦନ ଜେନା, ସୁକୁମାର ଜେନା, ଦିବାକର ବିଶ୍ୱାଳ, ଦିଲିପ ମଣ୍ଡଳ, ମନୋଜ ବାରିକ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories