www.samajalive.in
Friday, December 5, 2025
26.1 C
Bhubaneswar

ଧାମରା ସାମୁଦ୍ରିକ ଥାନାଞ୍ଚଳରୁ ୪ ମାସ ହେଲା ଯୁବକ ନିଖୋଜ

ପାଟଣା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜୟଦୁର୍ଗାପାଟଣା ଅଞ୍ଚଳର ସ୍ବର୍ଗତ ବିଷ୍ଣୁପଦ ଗିରିଙ୍କ ବଡ଼ ପୁଅ ଅଶୋକ ଗିରି(୨୬)ଙ୍କର ୪ ମାସ ହେଲା କୌଣସି ପତ୍ତା ମିଳୁନାହିଁ। ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏନେଇ ଧାମରା ସାମୁଦ୍ରିକ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଖବରରୁ ପ୍ରକାଶ ଯେ, ଚଳିତ ବର୍ଷ ଅପ୍ରେଲ ୨୪ ତାରିଖରେ ଅଶୋକ ଘରୁ କୌଣସି କାମରେ ବାହାରକୁ ଯାଇଥିଲେ। ସନ୍ଧ୍ୟା ସମୟରେ ଏକ ହାପପ୍ୟାଣ୍ଟ ଏବଂ ବେକରେ ଏକ ଗାମୁଛା ପକାଇ ଘରୁ ବାହାରି ଯାଇଥିଲେ। ସେଦିନ ରାତିରେ ସେ ଆଉ ଘରକୁ ଫେରିନଥିଲେ। ଘର ଲୋକ ବ୍ୟସ୍ତ ହୋଇ ଅଶୋକଙ୍କ ମୋବାଇଲକୁ ଫୋନ୍‌ କରିଥିଲେ। ହେଲେ ଅଶୋକ ଫୋନଟି ଘରେ ଛାଡି ଯାଇଥିଲେ। ଯାହାଫଳରେ ପରିବାର ଲୋକେ ଆହୁରି ବ୍ୟସ୍ତ ଓ ବିବ୍ରତ ହୋଇପଡିଥିଲେ। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଅପ୍ରେଲ୍ ୨୬ ତାରିଖରେ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଶୋକଙ୍କ ନିଖୋଜକୁ ଏବେ ସୁଦ୍ଧା ୪ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ତାଙ୍କର କୌଣସି ପତ୍ତା ମିଳିନାହିଁ। ସେପଟେ ପୁଲିସ ଅଭିଯୋଗ ମାମଲା ରୁଜୁ କରି ଚୁପ୍ ବସିଥ‌ିବାବେଳେ ଚିନ୍ତାରେ ରହିଛି ପୁରା ପରିବାର। ଅଶୋକଙ୍କ ନିଖୋଜ ପଛରେ କିଏ ଦାୟୀ ନା ସେ ନିଜେ କୁଆଡେ ଚାଲିଯାଇଛନ୍ତି ତାହା ଅସ୍ପଷ୍ଟ ରହିଛି। ସେ ପଡ଼ୋଶୀ କେନ୍ଦୁଝର କିମ୍ବା ବାଲେଶ୍ବର ଜିଲ୍ଲା ଅଞ୍ଚଳରେ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଯଦି କୌଣସି ବ୍ୟକ୍ତି ନିଖୋଜ ଅଶୋକ ଗିରିଙ୍କ ବିଷୟରେ କିଛି ବି ସୂଚନା ପାଆନ୍ତି ତେବେ ତାଙ୍କ ପରିବାରକୁ ଅଥବା ଧାମରା ସାମୁଦ୍ରିକ ଥାନାକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। କେହି ବ୍ୟକ୍ତିବିଶେଷ ନିଖୋଜ ଅଶୋକଙ୍କ ସମ୍ପର୍କରେ ସୂଚନା ପାଇଲେ ତାଙ୍କ ମାତା ଅମିତା ଗିରିଙ୍କୁ ୭୪୩୦୦୭୩୦୯୬ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories