www.samajalive.in
Thursday, December 11, 2025
14.1 C
Bhubaneswar

ଆଭାସୀ ମାଧ୍ୟମ କ୍ରୀଡାରେ ରୂପଶ୍ରୀଙ୍କ କୃତିତ୍ବ

ଆଠଗଡ: ପର୍ବତ ଆରୋହୀ, କ୍ରୀଡା ପ୍ରତିଭା ତଥା ସମାଜସେବୀ ରୂପଶ୍ରୀ ଶ୍ଵେତପଦ୍ମା ମହାନ୍ତି ଆଭାସି ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଜଣାପଡିଛି। ଆଠଗଡ ସହର ଅନ୍ତର୍ଗତ ମୈତ୍ରୀନଗର ବାସିନ୍ଦା ରୂପଶ୍ରୀ ଗତ ଫେବୃଆରୀ ମାସରୁ ଅଦ୍ୟାବଧି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ କେତେକ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୭ଟିରେ ସଫଳତା ଅର୍ଜନ କରି ପ୍ରମାଣପତ୍ର ଓ ପୁରସ୍କାର ପାଇଛନ୍ତି। ଗତ ୨୦୨୦-୨୧ ମସିହାରେ କରୋନା ମହାମାରୀ ପରେ ବିଭିନ୍ନ ଅନୁଷ୍ଠାନ ଆଭାସି ମାଧ୍ୟମରେ ଅନେକ କ୍ରୀଡା ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଗତ ଫେବ୍ରୁଆରୀ ମାସ ୨୫ ତାରିଖରେ ଚେନ୍ନାଇର ଶିବ୍ କ୍ୟାନସର କେୟାର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆ ରନାଥନ୍ ଆୟୋଜିତ ହୋଇଥିଲା। ଯେଉଁଥିରେ ରୂପଶ୍ରୀଙ୍କ ସମେତ ସାରା ଦେଶରୁ ୧୯୫୧୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆୟୋଜିତ ୧୦ କିମି ମାରାଥନରେ ଭାଗ ନେଇଥିବା ରୂପଶ୍ରୀ ୧ ଘଣ୍ଟା ୩୫ ମିନିଟରେ ଅତିକ୍ରମ କରି କୃତିତ୍ବ ଅର୍ଜନ କରିବା ସହ ପୁରସ୍କୃତ ହୋଇଥିଲେ। ପରେ ପରେ ବହୁ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ରୂପଶ୍ରୀ ଗ୍ରାଣ୍ଡ ୟୁନିଭର୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅଫ୍ ୟୁନାଇଟେଡ କିଙ୍ଗଡମ, ରେକର୍ଡ ସେଟର ଅଫ ୱାର୍ଲ୍ଡ, ପ୍ରେଷ୍ଟିଜିୟସ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ ଭଳି ୭ଟି ସମ୍ମାନଜନକ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। କୃତିତ୍ବ ଅର୍ଜନ କରିଥିବା ରୂପଶ୍ରୀଙ୍କୁ ବହୁ ପ୍ରମାଣପତ୍ର ପୁରସ୍କାର ମିଳିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା କରାଯାଇଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories