www.samajalive.in
Friday, December 12, 2025
17.1 C
Bhubaneswar

ନୂତନ ସ୍ଥାୟୀ ସମ୍ପାଦକ ନିଯୁକ୍ତି ଦାବି

କଳାପଥର (ବାଙ୍କୀ): ପ୍ରାଥମିକ ସେବା ସମବାୟ ସମିତିରେ ଘୋଟାଲା କରି କାର୍ଯ୍ୟରୁ ସମ୍ପାଦକଙ୍କୁ ନିଲମ୍ବିତ କରିବା ପରେ ଏବେ ସ୍ଥାୟୀ ନୂତନ ସମ୍ପାଦକ ନିଯୁକ୍ତି ଦାବି କରି ପରିଚାଳନା ପରିଷଦର ସଭ୍ୟ ମାନେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ କଳାପଥର ନିକଟବର୍ତ୍ତୀ ପୁଇଞ୍ଚା ଗ୍ରାମ ପଞ୍ଚାୟତର କଢ଼ାମଲ ପୂର୍ଵଗାଡିଆ ସେବା ସମବାୟ ସମିତିରେ କାର୍ଯ୍ୟ କରୁଥିବା ସମ୍ପାଦକ ସନ୍ତୋଷ କୁମାର ଜୟସିଂହ ଲକ୍ଷାଧିକ ଟଙ୍କାର ଘୋଟାଲା କରିବାରୁ ଚାକିରିରୁ ନିଲମ୍ୱିତ କରାଯାଇଥିଲା। ତାଙ୍କ ସ୍ଥାନରେ ପୁଇଁଚା ସେବା ସମବାୟ ସମିତିର ସମ୍ପାଦକଙ୍କୁ ଅତିରିକ୍ତ ଦାୟୀତ୍ବ ପ୍ରଦାନ କରିଥିଲେ ବାଙ୍କୀ ଏଆରସିଏସ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ପରିଚାଳନା ପରିଷଦର ସଭାପତି କାର୍ଯ୍ୟରେ ଯୋଗ ଦେବା ପାଇଁ ସୁଯୋଗ ଦେଇ ନ ଥିଲେ। ଏବେ ପୁଣି ଜଣେ ସମ୍ପାଦକଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦେବା ପରିବର୍ତ୍ତେ ଜଣେ ଡାଟା ଏଣ୍ଟ୍ରି ଅପେରେଟର ଅସ୍ଥାୟୀ କର୍ମଚାରୀଙ୍କୁ ବାଙ୍କୀ ଏଆର୍, ସି, ଏସ, ନିଯୁକ୍ତି ଦେବାରୁ ସେବା ସମବାୟ ସମିତିର ୧୦ଜଣ ସଭ୍ୟ ନୂତନ ସମ୍ପାଦକ ନିଯୁକ୍ତି ଦାବି କରି ବାଙ୍କୀ ଉପ ଜିଲ୍ଲାପାଳ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଓ ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ ନିକଟରେ ଦାବୀ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories