ବୌଦ୍ଧ ବ୍ଳକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର
ବୌଦ୍ଧ: ବୌଦ୍ଧ ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଜେ.ସୋନାଲଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୭୧ ଗୋଟି ଆପତ୍ତି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୮ଟି ବ୍ୟକ୍ତିଗତ ମାମଲା ଓ ୧୩ ଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା। ଏହି ଶିବିରରେ ୧୨ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଏଥିରେ ବର୍ଦ୍ଧିତ ଦରମା କାର୍ଯ୍ୟକାରୀ କରିବା ଦାବୀରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଫେରାଦ ହୋଇଥିଲେ ସ୍ୱଚ୍ଛ ସାଥି ଓ ସୁପରଭାଇଜର।
Comments are closed.